Jai Odisha
News

କାର୍‌ ଦୁର୍ଘଟଣାରେ ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୪।୫:  ପପୁଲାର ସିରି ଟିଭି ସିରିୟଲ ‘ସାରାଭାଈ ଭର୍ସେସ ସାରାଭାଈ’ର ଫେସ ଅଭନେତ୍ରୀ ବୈଭବୀ ଉପାଧ୍ୟାୟ ଆଉ ନାହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ବୈଭବୀଙ୍କର ମୃତ୍ୟୁ ଘଟିଛି । ନିୟନ୍ତ୍ରଣ ହରାଇ ଅଭିନେତ୍ରୀଙ୍କ କାର ଏକ ଖାଇ ମଧ୍ୟକୁ ପଶିଯାଇଥିଲା । ଅଭିନେତ୍ରୀଙ୍କର ଅକାଳ ବିୟୋଗରେ ସିନେ ଜଗତରେ ଶୋକର ଲହରୀ ଖେଳି ଯାଇଛି ।ବୈଭବୀ ନିଜର ମଙ୍ଗେତରଙ୍କ ସହିତ କାରରେ ଆସୁଥିବା ବେଳେ ହିମାଚଳ ପ୍ରଦେଶର କୁଲ୍ଲୁଠାରେ ତାଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଳା । ଦୁହେଁ ସାଙ୍ଗ ହୋଇ କାରରେ ଆସୁଥିବା ବେଳେ କଣ୍ଟ୍ରୋଲ ହରାଇବାରୁ କାରଟି ଖାଇ ଭିତରକୁ ପଶିଯାଇଥିଲା । ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ବୈଭବୀଙ୍କ ମୃତ୍ୟୁ ଖବର ପାଇ ସ୍ତବ୍ଧ ହୋଇଯିବା ସହିତ ଏନେଇ ଇନଷ୍ଟାଗ୍ରାମରେ ଦୁଃଖ ପ୍ରକାଶ କରି ଫଟୋ ଶେୟାର କରିଛନ୍ତି ।

Leave A Reply

Your email address will not be published.