Jai Odisha
News

କାର୍‌ ବିସ୍ଫୋରଣରେ ଆଲେକ୍‌ଜେଣ୍ଡର୍‌ ଦୁଗିନ୍‌ଙ୍କ ଝିଅ ମୃତ

ନୂଆଦିଲ୍ଲୀ,୨୧/୦୮   : ରୁଷ୍‌ର ରାଜଧାନୀ ମସ୍କୋ ଉପକଣ୍ଠରେ କାର୍‌ ବୋମା ବିସ୍ଫୋରଣରେ  ଆଲେକ୍‌ଜେଣ୍ଡର୍‌ ଦୁଗିନ୍‌ଙ୍କ ଝିଅ ଦାରିୟା ଦୁଗିନ୍‌ଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି, ତାଙ୍କ ବାପାଙ୍କୁ ହତ୍ୟା କରିବା ପାଇଁ ଉପରୋକ୍ତ ଷଡ଼ଯନ୍ତ୍ର କରଯାଇଥିଲା। ରିପୋର୍ଟ ଅନୁସାରେ ଡାରିୟା ଡୁଗିନ ନିଜର ଲ୍ୟାଣ୍ଡ କ୍ରୁଜର ପ୍ରାଡୋ କାରରେ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କର କାରକୁ ମସ୍କୋ ନିକଟରେ ବିସ୍ଫୋରଣ କରି ଦିଆଯାଇଛି ।  ବିସ୍ଫୋରଣ ପରେ ଘଟଣାସ୍ଥଳରେ ଭୟଙ୍କର ପରିସ୍ଥିତି ଦେଖାଯାଇଛି । ଏହି ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ପୁଲିସ ପହଞ୍ଚି ଥିଲା । ଆଲେକଜାଣ୍ଡର ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଥିଲେ । ରୁଷୀୟ ମିଡିଆ ରିପୋର୍ଟ ଅନୁସାରେ ମସ୍କୋର ଓଡିନଟସୋଭସ୍କି ଜିଲ୍ଳାରେ ଲ୍ୟାଣ୍ଡ କ୍ରୁଜର କାରରେ ବିସ୍ଫୋରଣ ହୋଇଥିଲା । ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସର ତଦନ୍ତରେ ଜଣାପଡ଼ିଲା ଯେ, କାରରେ ଆଲେକଜାଣ୍ଡର ଡୁଗିନଙ୍କ ଝିଅ ଡାରିୟା ଡୁଗିନ ଯାତ୍ରୀ ଥିଲେ ।  ବିସ୍ଫୋରଣ ପରେ କାର ଜଳିଯାଇଥିଲା । ଯାତାୟତ ବନ୍ଦ ହୋଇଯାଇଥିଲା । ଲୋକେ ଭୟଭୀତ ହୋଇଯାଇଥିଲେ । କାରଟି ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି । ସୂଚନା ଅନୁସାରେ ଡାରିୟା ଡୁଗିନଙ୍କୁ ଚଳିତ ବର୍ଷ ଜୁଲାଇରେ ବ୍ରିଟେନ ପକ୍ଷରୁ ରୁଷିଆର ଲୋକଙ୍କ ଉପରେ ଲଗାଯାଇଥିବା କଟକଣାରେ ସାମିଲ କରାଯାଇଥିଲା । ଡାରିୟା ଜଣେ ଲେଖିକା ଥିଲେ । ତାଙ୍କୁ ନିଜର ପିତାଙ୍କ ପରାମର୍ଶଦାତା ଭାବେ ବିବେଚନା କରାଯାଉଥିଲା ।

Leave A Reply

Your email address will not be published.