Jai Odisha
News

କାଲି ହୀରକ ଜୟନ୍ତୀ ; ବିକ୍ରମ ଦେବ କଲେଜକୁ ମିଳିଲା ୟୁନିଭର୍ସିଟିର ମାନ୍ୟତା

କୋରାପୁଟ,୨ା୨: ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବୀ ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଭିଡି କଲେଜ ହେଲା ୟୁନିଭର୍ସିଟି । ଜୟପୁରର ବିକ୍ରମ ଦେବ କଲେଜକୁ ମିଳିଲା ୟୁନିଭର୍ସିଟିର ମାନ୍ୟତା । ସ୍ୱୟଂ ଶାସିତ କଲେଜରୁ ୟୁନିଭର୍ସିଟିର ମାନ୍ୟତା ମିଳିଲା। ତେବେ ଏହି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ ଲଗାଇଛନ୍ତି । ଏହା ଦକ୍ଷିଣ ଓଡିଶାର ସର୍ବପୁରାତନ କଲେଜ।ତେବେ ସୂଚନାମୁତାବକ ଆସନ୍ତା କାଲି ବିକ୍ରମ ଦେବ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲୀ କାର୍ଯ୍ୟକ୍ରମ ହେବାକୁ ଯାଉଛି । ହୀରକ ଜୟନ୍ତୀ ଅବସରରେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୯୪୭ ମସିହା ଜୁଲାଇ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିକ୍ରମ ଦେବ ମହାବିଦ୍ୟାଳୟ । ସେତେବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ଥିଲା ବିକ୍ରମ ହେବ କଲେଜ ।

Leave A Reply

Your email address will not be published.