Jai Odisha
News

କା‌ହିଁକି ହସ୍ପିଟାଲରେ ଭର୍ତ୍ତି ହେଲେ ମେଗାଷ୍ଟାର ଅମିତାଭ ବଚ୍ଚନ। ଜାଣନ୍ତୁ ପ୍ରକୃତ କାରଣ।

କେବଳ ବଲିଉଡ ନୁହେଁ ବରଂ ପ୍ରତ୍ୟେକଙ୍କ ହୃଦୟରେ ରାଜ୍ କରୁଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର କିଏ ବା ପ୍ରଶଂସକ ନୁହେଁ।ବଚ୍ଚନ ପରିବାର ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ଏଥର ଏକ ଦୁଃଖଦ ଖବର ବଚନ ପରିବାରରୁ ଆସିଛି। ସୂଚନା ଅନୁଯାୟୀ ବିଗ୍ ବି ସକଳୁ ସକାଳୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହି ଖବର ଆସିବା ମାତ୍ରେ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଉଠିଥିଲା ଯେ ସେମାନଙ୍କ ପ୍ରିୟ କଳାକାରଙ୍କୁ କାହିଁକି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ହେଲା? ବାସ୍ତବରେ ଆଜି ସକାଳେ ଅମିତାଭଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଅମିତାଭ ବଚ୍ଚନ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। ତାଙ୍କ ଗୋଡରେ ଜମା ଥିବା ରକ୍ତ ହେତୁ ଏହି ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ଯଦିଓ ଆଞ୍ଜିଓପ୍ଲାଷ୍ଟି ହୃତପିଣ୍ଡରେ ଜମି ରହିଥିବା ରକ୍ତକୁ କୈାଣସି ଅପରେସନ ବିନା ବାହାର କରିବାକୁ କରାଯାଇଥାଏ । ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି ।ଏକ ଜାତିୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମିତାଭଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସୋସିଲା ମିଡିଆ ପୋଷ୍ଟକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, in gratitude ever…ଯାହା ପରେ ଅନୁମାନ କରାଯାଉଛି ଯେ, ଅସ୍ତ୍ରୋପଚାର ପରେ ସେ ନିଜ ଫ୍ୟାନ୍ସଙ୍କ ଭଲ ପାଇବା ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.