Jai Odisha
News

କିଟ୍ ଛକରେ ଜଳିଗଲା ହାଇୱା

ଭୁବନେଶ୍ୱର,୨୮।୨: ରାଜଧାନୀର କିଟ୍ ଛକ ନିକଟରେ ଆଜି ଭୋର ସମୟରେ ଏକ ହାଇୱା ଜଳିଯାଇଥିବାର ଖବର ମିଳିଛି। ତେବେ ସେଥିରେ ଥିବା ଚାଳକ ଓ ହେଲପର୍ ଦୁହେଁ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ବାରଙ୍ଗ ପଟୁ ଜୟଦେବ ବିହାର ଆଡ଼କୁ ଆସୁଥିବା ଏକ ହାଇୱା (ଓଡି୦୫-ଟି ୯୯୨୨)ରେ ହଠାତ୍ ଧୂଆଁ ବାହାରିଥିଲା। ଏହାଜାଣିପାରି ଉଭୟ ହେଲପର ଓ ଚାଳକ ଗାଡ଼ିରୁ ଓହ୍ଲାଇ ଇଞ୍ଜିନକୁ ଖୋଲିବା ସମୟରେ ନିଆଁ ଜଳିଉଠିଥିଲା। ଏହାପରେ ଗାଡ଼ିର ସାମ୍ନାପଟଟି ହୁତୁହୁତୁ ହୋଇ ଜଳିଉଠିଥିଲା।ଖବର ପାଇ ଚନ୍ଦ୍ରଶେଖରପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ହାଇୱାର ସମ୍ମୁଖ ଭାଗଟି ସଂପୂର୍ଣ୍ଣ ଜଳିଯାଇଥିଲା। ସଟସର୍କିଟ ହେତୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ରାସ୍ତା ଉପରୁ କାଢ଼ି ପାର୍ଶ୍ବରେ ରଖିବାର ବ୍ୟବସ୍ଥା କରିଛି। ଏହାଛଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.