Jai Odisha
News

କିଭରେ ବିସ୍ଫୋରଣ, ଋଷ୍ ସେନା କିଭ୍ ପହଞ୍ଚିବା ପୂର୍ବରୁ ୟୁକ୍ରେନ୍ ସେନା ଉଡାଇଲା ପୋଲ

କିଭ୍‍ ,୧୧/୩:   ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଯୁଦ୍ଧ  ଆଜିକୁ ୧୬ ଦିନରେ ପହଞ୍ଚିଲାଣି   । ଏହାରି ଭିତରେ ଉଭୟ ଦେଶର ଅନେକ ସୈନିକ ଓ ସାଧାରଣ ଲୋକଙ୍କ ଜୀବନ ଗଲାଣି । ୟୁକ୍ରେନ୍ ଉପରେ ଋଷ୍ ଚାରିଆଡୁ ଆକ୍ରମଣ କରୁଛି । ଋଷ୍ ସେନା ଏବେ ୟୁକ୍ରେନର ରାଜଧାନୀ କିଭ୍ ଆଡେ ମୁହାଁଇଛନ୍ତି । ଋଷ୍ ସେନାକୁ କିଭ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ରୋକିବା ପାଇଁ ୟୁକ୍ରେନ ସେନା କିଭକୁ ଯୋଡୁଥିବା ପୋଲ ଉଡାଇଦେଇଛନ୍ତି । ଏହା ପୂର୍ବରୁ ଖବର ଆସୁଥିଲା ଯେ ଋଷ୍ ସେନା କିଭଠୁ ମାତ୍ର ୬୪ କିଲୋମିଟର ଦୂରରେ ଥିଲା । କିନ୍ତୁ ଏବେ ଋଷର ସେନା କିଭ୍ ପାଖାପାଖି ହୋଇଗଲାଣି । ଏହା ପୂର୍ବରୁ ମଧ୍ୟ ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍ ସେନାର ଜଣେ ଇଞ୍ଜିନିୟର ଋଷ୍ ଟ୍ୟାଙ୍କର ମାର୍ଚ୍ଚକୁ ରୋକିବା ପାଇଁ ପୋଲ ସହିତ ନିଜକୁ ଉଡାଇ ଦେଇଥିଲେ । ୟୁକ୍ରେନ୍ ସେନା ଅନୁସାରେ କ୍ରିମିଆର ପ୍ରାୟ ପେରେକପ୍ ଅଞ୍ଚଳ ପାଖରେ ଇସ୍ତମୁସ୍ ମରିନ୍ ବାଟାଲିୟନ ନିୟୋଜିତ ଥିଲା ।  ଏହି ବାଟାଲିୟନର ଇଞ୍ଜିନିୟର ବିତାଲି ସ୍କାକୁନ୍ ବୋଲାଡିମିରୋଭିଚ କ୍ରିମିଆ ପାଖରେ ଏକ ପୋଲରେ ଋଷ୍ ସେନା ବିରୁଦ୍ଧରେ ମୋର୍ଚ୍ଚା ସମ୍ଭାଳୁଥିଲେ । ଋଷ୍ ସେନା କିଭ୍ ପହଞ୍ଚିବା ପୂର୍ବରୁ ୟୁକ୍ରେନରୁ ଅନେକ ନାଗରିକ କିଭ୍ ଛାଡିଦେଇଛନ୍ତି ।ଋଷ୍ ଟ୍ୟାଙ୍କ କିଭ୍ ଆଡେ ବଢିବା ଖବର ମିଳିବା ପରେ ହେନିଚେସ୍କ ପୋଲ ଉଡାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ୟୁକ୍ରେନର ଇଞ୍ଜିନିୟର ଜାଣିଥିଲେ ଯେ ସେ ବିସ୍ଫୋରଣର ସମୟ ପୂର୍ବରୁ ବାହାରି ପାରିବେନି । ଏହା ସତ୍ତ୍ୱେ ସେ ପୋଲ ଉଡାଇବା ପାଇଁ ନିଷ୍ପତ୍ତି ନେଲେ । ସେ ପୋଲଟିକୁ ନଷ୍ଟ କରିଦେଲେ କିନ୍ତୁ ନିଜ ଜୀବନକୁ ବଳିଦାନ ଦେଲେ । ଇଞ୍ଜିନିୟର ବିତାଲିଙ୍କ ଏହି ବଳିଦାନ ଋଷ୍ ସେନାଙ୍କ ଗତି କମାଇଦେଲା ଏବଂ ଏହି ସମୟ ମଧ୍ୟରେ ୟୁନିଟକୁ ଏକ ନୂଆ ମୋର୍ଚ୍ଚା ସମ୍ଭାଳିବାକୁ ସୁଯୋଗ ମିଳିଗଲା । ଘଟଣାକୁ ନେଇ ଶିଖର ସମ୍ମିଳନୀରେ କ୍ରୋଏସିଆର ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କ୍ରୋଏସିଆର ପ୍ରଧାନମନ୍ତ୍ରୀ ୟୁକ୍ରେନର ସଦସ୍ୟତା ପାଇଁ ଆବେଦନ ଉପରେ ନିଜର ବିବୃତି ରଖିଛନ୍ତି । ୟୁରୋପୀୟ ସଂଘରେ ରାତାରାତି ଯୋଗଦେବା ଅସମ୍ଭବ ବୋଲି ସେ କହିଛନ୍ତି । ଅନ୍ୟପଟେ ଯୁଦ୍ଧକୁ ନେଇ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କହିଛନ୍ତି ୟୁଏଇର ସଦସ୍ୟତା ପାଇଁ ୟୁକ୍ରେନର ଆବେଦନକୁ ବିଚାର କରିବାର ପ୍ରକ୍ରିୟା କିଛି ମାସ କିମ୍ବା ବର୍ଷ ମଧ୍ୟ ନେଇପାରେ |

 

Leave A Reply

Your email address will not be published.