Jai Odisha
News

କିଶୋର ଭାଇନା ମଟନ ହୋଟେଲକୁ ଭାଙ୍ଗିଲା ବିଏମସିର ବୁଲଡୋଜର

ଭୁବନେଶ୍ୱର,୧୬/୦୯: କିଶୋର ଭାଇନା ମଟନ ହୋଟେଲକୁ ଭାଙ୍ଗି ଦେଇଛି  ବିଏମ୍‌ସିର ବୁଲଡୋଜର। ବୁଧବାର ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ଦୋକାନ ସିଲ୍‌ କରିଥିଲେ ବି ହୋଟେଲରେ ଖୋଲି ଗତକାଲି ବିକ୍ରି କରୁଥିଲେ। ସରକାରୀ ଜମି ଜବରଦଖଲ କରି ହୋଟେଲ କରିଥିବାରୁ ସେ ଲିଜ୍‌ ଏଗ୍ରିମେଣ୍ଟ ଦାଖଲ କରିପାରିନଥିଲେ। ଏହାକୁ ନେଇ ଆକ୍ସନ୍ ମୋଡ଼କୁ ଆସିଥିଲା ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍ । ଜେସିବି ବୁଲାଇ କିଶୋର ଭାଇନା ମଟନ ହୋଟେଲକୁ ମାଟିରେ ମିଶାଇ ଦେଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି। ସିଲ୍ ପରେ ବି ହୋଟେଲ୍ ଚଳାଇବାରୁ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ସୂଚନା ମୁତାବିକ,ଗୁରୁବାର ଦିନ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ କିଶୋର ମଟନ୍‌ ଦୋକାନ୍‌କୁ ସିଲ୍ କରାଯାଇଥିଲା । ଏପରିକି କିଶୋର ହୋଟେଲ୍‌ର ଫୁଡ୍ ଲାଇସେନ୍ସ ବାତିଲ୍‌ ସହ ଫାଇନ୍ କରାଯାଇଥିବା ନେଇ ଟ୍ୱିଟ୍ କରି BMC ସୂଚନା ଦେଇଥିଲା । ତେବେ ଗତକାଲି ପୁଣି ସବୁଦିନ ଭଳି ହୋଟେଲ୍‌ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ହୋଟେଲ୍‌ରେ ମଟନ ରନ୍ଧା ଚାଲିଥିଲା । ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍‌ । ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ । ଏପରି ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ସୁରକ୍ଷା ବିଭାଗ ଟିମ୍‌ ହୋଟେଲ ଚଢଉ କରିଥିଲା । ଦୋକାନର ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଲଗାଇଥିଲା ବିଭାଗ । ମଟନ ଦୋକାନ ଚାରି କଡ଼ରେ ଅସ୍ୱାସ୍ଥ୍ୟକର ପରିବେଶ ରହିବା ସହଡ୍ରେନ୍‌ ପାଖରେ ଦୋକାନ । ଏହାରି ଭିତରେ ଦୋକାନ ଚାଲୁଥିଲା । ସେଥିରେ ପୁଣି ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ । ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଅତି ନିମ୍ନମାନର ସସ୍‌କୁ ବ୍ୟବହାର କରାଯାଉଥିଲା । ସେହିପରି ବାସୀ କଙ୍କଡ଼ା ମଧ୍ୟ ଜବତ ହୋଇଥିଲା।

 

Leave A Reply

Your email address will not be published.