Jai Odisha
News

କୁପଓ୍ବାଡାରେ ଏନକାଉଣ୍ଟର , ୩ ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀର, ୨୬/ ୦୫:   କୁପଓ୍ୱାଡ଼ାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ   । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସୂଚନା ମୁତାବକ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ମାନେ ରହିଥିବା ନେଇ ସୁରକ୍ଷାକର୍ମୀ ମାନେ   ଖବର ପାଇଥିଲେ । ୨୪ ଘଣ୍ଟାରେ ୬ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି ଭାରତୀୟ ଯବାନ । ଗୁରୁବାର ସକାଳେ ଜାମ୍ମୁ କଶ୍ମୀରର କୁପଓ୍ବାଡାରେ ଏନକାଉଣ୍ଟର କରିଛି ସେନା । ଗୁଳି ବିନିମୟରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି । ଏହା ସହିତ କୁପଓ୍ବାଡା ଜିଲ୍ଲାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ନିହତ ହୋଇଥିବା ଆତଙ୍କବାଦୀ ଲସ୍କର-ଇ-ତୋଏବା ସଂଗଠନର ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଜାମ୍ମୁ କାଶ୍ମୀର ଆଇଜିପି କହିଛନ୍ତି, ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ଖୋଜାଚାଲିଛି । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ସମେତ ଗୋଳା ବାରୁଦ ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ପୋଲିସ କହିବା ମୁତାବକ, ଆତଙ୍କବାଦୀମାନେ କୁପଓ୍ବାଡା ଜିଲ୍ଲା ଜୁମାଗୁଣ୍ଡ ଗାଁରେ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଆକ୍ସନ୍‌ ମୋଡକୁ ଆସିଥିଲା ସେନା । ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇଥିଲା । ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଜବାବରେ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା । ଯେଉଁଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

 

Leave A Reply

Your email address will not be published.