Jai Odisha
News

କେଜରିୱାଲଙ୍କୁ ୧୬୪ କୋଟିର ରିକଭରି ନୋଟିସ୍‌ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୨ ।୧: ସରକାରୀ ବିଜ୍ଞାପନ ନାଁରେ ‘ରାଜନୈତିକ ବିଜ୍ଞାପନ’ ବାବଦକୁ ଖର୍ଚ୍ଚ କରିଥିବା ୧୬୩.୬୨ କୋଟି ଟଙ୍କା ଆଦାୟ ନିମନ୍ତେ ଦିଲ୍ଳୀ ସରକାର ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନୋଟିସ୍‌ ଜାରି କରିଛନ୍ତି।ଆମ ଆଦମୀ ପାର୍ଟି(ଏଏପି)କୁ କଥିତ ଭାବେ ସରକାରୀ ବିଜ୍ଞାପନକୁ ନେଇ ଏହାର ରାଜନୈତିକ ବିଜ୍ଞାପନକୁ ପ୍ରକାଶିତ କରିବାକୁ ନେଇ ୧୬୩.୬୨ କୋଟି ଟଙ୍କାର ରିକଭରି ନୋଟିସ ଜାରି କରାଯାଇଛି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍ସେନା ମୁଖ୍ୟ ସଚିବଙ୍କୁ ସରକାରୀ ବିଜ୍ଞାପନ ନାମରେ ପ୍ରକାଶିତ ରାଜନୈତିକ ବିଜ୍ଞାପନ ପାଇଁ ଏଏପିଠାରୁ ୯୭ କୋଟି ଟଙ୍କା ଫେରସ୍ତ କରିବାକୁ କହିଛନ୍ତି ।ଉପରୋକ୍ତ ଅର୍ଥ ୧୦ ଦିନ ମଧ୍ୟରେ ପୈଠ କରିବା ଲାଗି ‘ଡାଇରେକ୍ଟୋରେଟ୍‌ ଅଫ୍ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ପବ୍ଲିସିଟି’ (ଡିଆଇପି) ଜାରି କରିଥିବା ଉକ୍ତ ନୋଟିସ୍‌ରେ ଶାସକ ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନିର୍ଦେଶ ଦିଆଯାଇଥିବା  ଜଣାପଡ଼ିଛି|ନୋଟିସ୍‌ରେ ଉଲ୍ଲେଖ ଅଛି, ଉପରୋକ୍ତ କାରଣ ଦୃଷ୍ଟିରୁ ରାଜ୍ୟ କୋଷାଗାରକୁ ତୁରନ୍ତ ଟ. ୯୯,୩୧,୧୦,୦୫୩/- ଟଙ୍କା ଫେରସ୍ତ ଦେବା ପାଇଁ ଅନୁରୋଧ। ସେହିପରି, ଏ ପର୍ଯ୍ୟନ୍ତ ସରକାର ପୈଠ କରି ନ ଥିବା ବାକି ବିଜ୍ଞାପନ ଦେୟ ବାବଦକୁ ଥିବ‌ା ପ୍ରାୟ ଟ. ୭.୧୧/- ଏହି ନୋଟିସ୍‌ ଜାରି ହେବାର ୧୦ ଦିନ ମଧ୍ୟରେ ସମ୍ପୃକ୍ତ ଏଜେନ୍‌ସିଗୁଡ଼ିକୁ ସିଧାସଳଖ ଦେବା ପାଇଁ ମଧ୍ୟ ଅନୁରୋଧ କରାଯାଉଛି।

Leave A Reply

Your email address will not be published.