Jai Odisha
News

କେଜ୍ରିୱାଲଙ୍କ ଖୁସିରେ ପୁଣି ଲାଗିଲା ଇଡିର ନଜର , ନବମ ଥର ପାଇଁ ପଠାଇଲା ସମନ

ଜାମିନ ପାଇବା ଖୁସିକୁ ପୁରିନି ଗୋଟିଏ ଦିନ । ପୁଣି କେଜ୍ରିୱାଲଙ୍କ କବାଟ ବାଡେଇଲା ଇଡି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ଜାମିନ ପାଇବାର ଗୋଟିଏ ଦିନ ନ ସରୁଣୁ କେନ୍ଦ୍ରୀୟ ଏଜେନ୍ସି ଇଡି ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପୁଣି ସମନ ପଠାଇଛି। ମାର୍ଚ୍ଚ 21 ରେ ପଚରାଉଚରା ପାଇଁ ଏଜେନ୍ସି ତାଙ୍କୁ ଡାକିଛି। ତେବେ ଏହା ହେଉଛି କେଜ୍ରିୱାଲଙ୍କୁ ଇଡିଙ୍କ ନବମ ସମନ।ଶନିବାର ପୂର୍ବ ଦିଲ୍ଲୀରେ ହାଜର ନହେବା ମାମଲାରେ ଦିଲ୍ଲୀ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ନଭେମ୍ବର 2, 2023 ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ରୀୟ ଏଜେନ୍ସି ଡକାଯାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ଏହା ପରେ, ଏଜେନ୍ସି ତାଙ୍କୁ 21 ନଭେମ୍ବର, 3 ଜାନୁଆରୀ, 18 ଜାନୁଆରୀ, 2 ଫେବୃଆରୀ, 19 ଫେବୃଆରୀ, 26 ଫେବୃଆରୀ ଏବଂ 4 ମାର୍ଚ୍ଚରେ ଡକାଇଲା। ସିଏମ କେଜ୍ରିୱାଲ କୈାଣସି ଡାକରାରେ ହାଜର ହୋଇନଥିଲେ ଏବଂ କେନ୍ଦ୍ର ସରକାରଙ୍କୁ ଏଜେନ୍ସିର ଅପବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ଆମ୍ ଆଦମୀ ପାର୍ଟି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ଇଡି ତାଙ୍କୁ ଗିରଫ କରିବାକୁ ଚାହୁଁଛି।

 

ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ତଦନ୍ତରେ ଯୋଗଦେବା ପାଇଁ ପଠାଯାଇଥିବା ସମନକୁ ଉଲ୍ଲଂଘନ କରିଥିବା ଆଧାରରେ ଇଡି କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କ ବିରୋଧରେ ଦୁଇଟି ଅଭିଯୋଗ ଦାଖଲ କରାଯାଇଥିଲା ଏବଂ ସେ ଶନିବାର କୋର୍ଟରେ ହାଜର ହୋଇଥିଲେ। ଶୁଣାଣିରେ ସିଏମ୍ ଭିଡିଓ କନଫରେନ୍ସିଂ ଜରିଆରେ ବେଞ୍ଚ ସମ୍ମୁଖରେ ହାଜର ହୋଇଥିଲେ। ତେବେ ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ଜାମିନ ବୋଲି ବିବେଚନା କରିବା ସହ ତାଙ୍କୁ ମୋଟ 50,000 ଟଙ୍କା ଦୁଇଟି ବଣ୍ଡରେ ଜାମିନ ପ୍ରଦାନ କରିଥିଲେ।

Leave A Reply

Your email address will not be published.