Jai Odisha
News

କେନ୍ଦୁଝର ଧରଣୀଧର କଲେଜକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

କେନ୍ଦୁଝର,୧୨।୨: କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ହେଲା ବିଶ୍ଵବିଦ୍ୟାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏଭଳି  ଘୋଷଣା କରିଛନ୍ତି। ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଯାଉଛନ୍ତି । ଗସ୍ତପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ଏହି ଭେଟି ଦେଇଛନ୍ତି ।ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବି ବିଜ୍ଞପ୍ତି ଜାରି ହୋଇଛି। ସୂଚନାମୁତାବକ କିଛି ଦିନ ପୂର୍ବରୁ ଜୟପୁରର ବିକ୍ରଦେବ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଏହାପରେ ଆଜି କେନ୍ଦୁଝର ଧରଣୀଧର କଲେଜକୁ ମୁଖ୍ୟମନ୍ତ୍ରୀ ଏହି ଅନୁମୋଦନ ଦେଇଛନ୍ତି । ଦୀର୍ଘ ଦିନ ଦରି ଯେଉଁ ଦାବି ହୋଇଥିଲା ତାହା ବର୍ତ୍ତମାନ ପୂରା ହୋଇଛି । ଏହା ଉଭୟ କେନ୍ଦୁଝରବାସୀ ଆଉ ସେହି କଲେଜର ଛାତ୍ରଛାତ୍ରୀ ଆଉ ଅଧ୍ୟାପକ ମାନଙ୍କ ପାଇଁ ଖୁସି ଖବର ।ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଆସି କେନ୍ଦୁଝରବାସୀଙ୍କୁ ପ୍ରାୟ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ଆଜି ସ୍ଥାନୀୟ ଦରବାର ହଲରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟା ୧୫ ମିନିଟରେ କେନ୍ଦୁଝରରେ ପହଞ୍ଚିବେ। ୧୧ଟା ୨୦ରେ ସେ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଉଦ୍‌ଘାଟନ କରିବେ। ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମେଡିକାଲ କଲେଜକୁ ଉଦ୍‌ଘାଟନ କରିବା ପରେ ସାଧାରଣ ସଭାରେ ଯୋଗଦାନ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.