Jai Odisha
News

କେନ୍ଦ୍ରାପଡାରେ ଗୁଳି ମାଡ଼

କେନ୍ଦ୍ରାପଡା, ୩୦।୭:କେନ୍ଦ୍ରାପଡାରେ   ଫୁଟିଲା ଗୁଳି।କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଙ୍ଗଳା ଛକ ନିକଟ ଲୁଣା ବ୍ରିଜ୍‌ ଉପରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି ା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ମାର୍ଶାଘାଇ ଥାନା 53 ନଂ ଜାତୀୟ ରାଜପଥ ମଙ୍ଗଳା ଛକ ନିକଟସ୍ଥ ବ୍ରିଜ ପାଖରେ ଗୁଳି ମାରି ଦୁଇ ଦୁର୍ବୁତ୍ତ ଫେରାର। ଗୁଳି ମାଡ଼ରେ ଆହତ ହୋଇଥିବା ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ମହିରା ଗ୍ରାମର ଶକ୍ତି ଚନ୍ଦନ ମହାନ୍ତି। ଗୁଳି ପେଟରେ ବାଜିଥିବାରୁ ଗୁରୁତର ଭାବେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଶକ୍ତି ଜଣେ କଣ୍ଟ୍ରାକ୍ଟରଙ୍କ ପାଖରେ ସୁପରଭାଇଜର ଭାବେ କାମ କରୁଥିଲେ।  କାମ ସାରି ଆଜି ସନ୍ଧ୍ୟା 6 ଟାରେ ଫେରୁଥିବା ସମୟରେ ହଠାତ ଦୁଇ ଜଣ ଦୁର୍ବୁତ୍ତ ବାଇକ ଯୋଗେ ତାଙ୍କୁ ମଙ୍ଗଳା ଛକ ନିକଟସ୍ଥ ବ୍ରିଜ ପାଖରେ ଅଟକାଇ ସହ ଯୁକ୍ତି ତର୍କ କରିବା ସହ ତାଙ୍କ ବ୍ୟାଗ ଛାଡଇଥିଲେ। ବ୍ୟାଗରେ କିଛି ନଥିବାରୁ, ବ୍ୟାଗ ଫୋପାଡ଼ି ଶକ୍ତିଙ୍କ ପେଟକୁ 1 ରାଉଣ୍ଡ ଫାଇରିଙ୍ଗ କରି ଦୁଇ ଦୁର୍ବୁତ୍ତ  ଫେରାର ହୋଇଯାଇଥିଲେ। ତେବେ ପ୍ରଥମେ ଶକ୍ତିଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଦାଦା ବଟିକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.