Jai Odisha
News

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା

ନୂଆଦିଲ୍ଲୀ,୨୨।୧୨:ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୨ ଘୋଷଣା ହୋଇଛି ।   ୨୨ଟି ଭାଷା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର । ତେବେସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ଓଡିଆ ସାହିତ୍ୟ ପାଇଁ ଚଳିତ ବର୍ଷ ସମ୍ମାନଜନକ କେନ୍ଦ୍ର ସାହିତ୍ୟିକ ଏକାଡେମୀ ପୁରସ୍କାର ୨୦୨୨ ପାଇବେ ଲେଖିକା ଗାୟତ୍ରୀବାଳା ପଣ୍ଡା ।ଏଥିପାଇଁ ସାହିତ୍ୟିକ ଗାୟତ୍ରୀବାଳା ପଣ୍ଡାଙ୍କୁ ପୁରସ୍କାର ସହ ଏକ ଲକ୍ଷ ଟଙ୍କା ମିଳିବ । ତାଙ୍କ ଦ୍ବାରା ରଚିତ କବିତା ପୁସ୍ତକ ଦୟାନଦୀ ପାଇଁ ଏହି ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି । ଭାରତ ଇତିହାସରେ ଏକ ବିରାଟ ଯୁଦ୍ଧର ଭାବରେ ଲିପିବଦ୍ଧ କଳିଙ୍ଗ ଯୁଦ୍ଧ  । ଧଉଳି ପାହାଡ ଉପବାହିକାରେ ପ୍ରବାହିତ ଦୟାନଦୀ କୂଳରେ ହୋଇଥିଲା ଏହି ଯୁଦ୍ଧ କଥାକୁ ନେଇ ଗାୟତ୍ରୀ ବାଲା ପଣ୍ଡାଙ୍କ କବିତା ସଂକଳନ ଦୟାନଦୀ ରଚିତ ହୋଇଛି ।ବିଗତ ତିନି ଦଶନ୍ଧି ଧରି ନିୟମିତ ସାହିତ୍ୟ ସାଧନାରେ ବ୍ରତି ସାହିତ୍ୟିକ ଗାୟତ୍ରୀ ବାଲା ପଣ୍ଡା  । ତାଙ୍କର ୧୨ଟି କବିତା ସଂକଳନ , ୨ଟି କ୍ଷୁଦ୍ର ଗଳ୍ପ ସଂକଳନ , ୪ଟି ଉପନ୍ୟାସ ଓ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇ ଆଦୃତି ଲାଭ କରିଛି । ଏହାଛଡା ସେ ଅନ୍ୟ ନାମ ଏକ ପତ୍ରିକାର ସଂପାଦନା କରୁଛନ୍ତି । ଏହାଛଡା ତାଙ୍କ ଦ୍ବାରା ରଚିତ ଚାରିଟି ଗଳ୍ପ ପୁସ୍ତକ ହିନ୍ଦୀ ଓ ଗୋଟିଏ କବିତା ସଂକଳନ ଇଂରାଜୀରେ ଅନୁବାଦ କରାଯାଇଛି । ୨୦୧୧ ମସିହାରେ ଯୁବ କେନ୍ଦ୍ର ସାହିତ୍ୟି ଏକାଡେମୀ ପୁରସ୍କାର ପ୍ରାପ୍ତ କରିବା ସହ ଜାତୀୟ ସ୍ତରରେ ଅନେକ ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି ।

 

Leave A Reply

Your email address will not be published.