Jai Odisha
News

କେରଳ ମନ୍ଦିର କାର୍ଯ୍ୟରେ ଧାର୍ମିକ ରୀତିନୀତି କରିବେ ରୋବଟିକ ହାତୀ

ନୂଆଦିଲ୍ଲୀ,,୨୭।୨:କେରଳର ତ୍ରିସୁର ଜିଲ୍ଲାର ଇରିଞ୍ଜାଦାପଲ୍ଲୀ ଶ୍ରୀକୃଷ୍ଣ ମନ୍ଦିର ବର୍ତ୍ତମାନ ରୀତିନୀତି ପାଇଁ ପ୍ରକୃତ ବଦଳରେ ରୋବୋଟିକ ହାତୀ ବ୍ୟବହାର କରିବ। କ୍ରିୟାକଳାପ ସମ୍ପନ୍ନ ନିମନ୍ତେ କେରଳର ତ୍ରିସୁର ଜିଲ୍ଲାସ୍ଥିତ ଇରିଞ୍ଜାଡ଼ାପିଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରରେ ପ୍ରକୃତ ହାତୀ ଆକାରର ଗୋଟାଏ ‘ଯାନ୍ତ୍ରିକ ହାତୀ’ (ମେକାନିକାଲ୍‌ ଏଲିଫ୍ୟାଣ୍ଟ୍‌) ନିୟୋଜନ କରାଯାଇଛି।ଅଭିନେତ୍ରୀ ପାର୍ବତୀ ତିରୁବୋତୁଙ୍କ ପୃଷ୍ଠପୋଷକତାରେ ‘ପେଟା ଇଣ୍ଡିଆ’ ଉକ୍ତ ହାତୀଟିକୁ ମନ୍ଦିରକୁ ଉପହାର ଦେଇଛି। ଜୀବନ୍ତ ଦିଶୁଥିବା ଏହି ଯାନ୍ତ୍ରିକ ହାତୀର ନାମ ରଖାଯାଇଛି ଇରିଞ୍ଜାଡ଼ାପିଲ୍ଲୀ ରମଣ। ଏହାର ଉଚ୍ଚତା ସାଢ଼େ ଦଶ ଫୁଟ୍‌ ଓ ଓଜନ ୮୦୦ କିଲୋ। ଏହି ହାତି ୪ଜଣଙ୍କୁ ପିଠିରେ ବସାଇ ନେଇ ପାରିବ। ଏହାର ମୁଣ୍ଡ, ଆଖି, ପାଟି, କାନ ଓ ଲାଞ୍ଜ ସବୁ ବିଦ୍ୟୁତ୍‌ଚାଳିତ।ସୂଚନାମୁତାବକ କେରଳର ମନ୍ଦିରରେ ଅନୁଷ୍ଠିତ ଧାର୍ମିକ ରୀତିନୀତିରେ ହାତୀର ମହତ୍ତ୍ୱ ରହିଛି। ତଥାପି, ବେଳେବେଳେ ଏହି ହାତୀମାନେ ରୀତିନୀତି ସମୟରେ କିମ୍ବା ପୂର୍ବରୁ କ୍ରୋଧିତ ହେଇଯାଆନ୍ତି । ଯେଉଁଥିପାଇଁ ଅନେକ ଥର ଲୋକମାନେ ପ୍ରାଣ ହରାନ୍ତି । ଏହି କାରଣରୁ, ତ୍ରିସୁରର ଇରିଞ୍ଜାଦାପଲ୍ଲୀ ଶ୍ରୀକୃଷ୍ଣ ମନ୍ଦିର କମିଟି ହାତୀକୁ ଧାର୍ମିକ ରୀତିନୀତି ପାଇଁ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଥିଲା। ଏହା ଉପରେ ପଶୁମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପେଟା ଇଣ୍ଡିଆ ଏହି ରୋବୋଟିକ୍ ହାତୀକୁ ମନ୍ଦିରରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ରବିବାର ଦିନ ମନ୍ଦିରରେ ‘ନାଦୟରୁଥଲ’ ନାମକ ଏକ ଧାର୍ମିକ ରୀତିନୀତି କରାଯାଇଥିଲା। ଏହି ରୀତିନୀତିର ଏକ ଅଂଶ ଭାବରେ ଏକ ହାତୀ ଭଗବାନଙ୍କୁ ଅର୍ପଣ କରାଯାଏ ।

Leave A Reply

Your email address will not be published.