Jai Odisha
News

କୋଭିଡ କଟକଣା ମଧ୍ୟରେ ହେବ ଜାଗର ଯାତ୍ରା

ଭୁବନେଶ୍ୱର, ୧୨/୦୨: ଆସନ୍ତା ମାର୍ଚ୍ଚ ୧ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା ।  କୋଭିଡ୍ କଟକଣାରେ ଚଳିତ ଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ ହେବ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରେ ଶିବରାତ୍ରୀ ପାଇଁ ସେବାୟତ ନିଯୋଗ ଓ ପୋଲିସ ପ୍ରଶାସନ ମଧ୍ୟରେ ବୈଠକ ସରିଛି ।   ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲା, ବିଏମସି, ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମିଳିତ ନିଷ୍ପତ୍ତି ନିଆଯାଇଛି ।ରାତି ୧୦ଟାରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ । ଟ୍ରଷ୍ଟର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଶାନ୍ତିଶୃଙ୍ଖଳାରେ ଜାଗର ଯାତ୍ରା ସଂପନ୍ନ କରାଯିବ । ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଉପସ୍ଥିତିରେ ମହାଶିବରାତ୍ରି ପାଇଁ ଏକାଧିକ ନିଷ୍ପତ୍ତି ନିଆଯାଇଛି ।

 

Leave A Reply

Your email address will not be published.