Jai Odisha
News

କୋଭିଡ ନିୟମ ଅନୁସାରେ ଓଡ଼ିଶାରେ ହେବ ୧୦ମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର ,୨୬ା୧୨:କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ କଟକଣା ପାଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଆବଶ୍ୟକ। ଚୀନରେ ବ୍ୟାପୁଥିବା କରୋନାର ନୂଆ ଭାରିଆଣ୍ଟ ବିଏଫ୍.୭କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯାହାଫଳରେ କୋଭିଡ ନିୟମ ମାନିବାକୁ ଗାଇଡଲାଇନ୍ ଜାରି ହୋଇଛି । ଏହାରି ମଧ୍ୟରେ ପିଲାଙ୍କ ପରୀକ୍ଷାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା, ଯାହାକୁ ନେଇ ବଡ଼ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ଆଜି କହିଛନ୍ତି ଯେ, କୋଭିଡ ଗାଇଡଲାଇନ୍ ଅନୁଯାୟୀ ୧୦ମ ଓ ଦ୍ୱାଦଶ ପରୀକ୍ଷା ହେବ । ଅନ୍ୟ ଦେଶରେ କୋଭିଡ ବଢ଼ୁଥିବାରୁ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ଦେଶରେ କୋଭିଡ ବ୍ୟାପୁଥିବାରୁ ପିଲାମାନେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକ ମାନିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.