Jai Odisha
News

କୋଭିଡ ନିୟମ ପାଳନ କରି ନିର୍ବାଚନରେ ସାମିଲ ହୁଅନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,  ୧୦|୦୨:  ଆଜି   ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କରୋନା କାରଣରୁ ନିର୍ବାଚନ ଆୟୋଗ ମତଦାନର ସମୟ ୧ ଘଣ୍ଟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ପ୍ରଥମ ପର୍ଯାୟରେ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରେ ମତଦାନ ଜାରି ରହିଛି । ଉତ୍ତର ପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଆଜି ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେଉଛି । ସମସ୍ତ ମତଦାତଙ୍କୁ ଅପିଲ କରୁଛି ଯେ, ସେମାନେ କୋଭିଡ ନିୟମ ପାଳନ କରନ୍ତୁ । ଲୋକତନ୍ତ୍ରର ଏହି ପବିତ୍ର ପର୍ବରେ ବ୍ୟାପକ ଭାବେ ଅଂଶଗ୍ରହଣ କରନ୍ତୁ । ମନେ ରଖନ୍ତୁ ପ୍ରଥମେ ମତଦାନ କରନ୍ତୁ, ଏହା ପରେ ଜଳପାନ (ସକାଳ ଜଳଖିଆ) କରନ୍ତୁ ।

 

 

Leave A Reply

Your email address will not be published.