Jai Odisha
News

କୋରାପୁଟରେ ଆଇସକ୍ରିମ ଖାଇ ୫୦ରୁ ଅଧିକ ଅସୁସ୍ଥ

କୋରାପୁଟ,୪।୬:  କୋରାପୁଟରେ ଆଇସକ୍ରିମ ଖାଇ ୩ଟି ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ସୂଚନା ମୁତାବକ, ବଦଳିଗୁଡ଼ା, ଘାଟଗୁଡ଼ା, ଦୁଧାରୀ ଗାଁରେ ଆଇସକ୍ରିମ ଖାଇ ଲୋକମାନେ ଅସୁସ୍ଥ ହୋଇଛନ୍ତି । ୩ ଗ୍ରାମର ଏକାଧିକ ମହିଳା ଓ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥମାନଙ୍କୁ ସୁନାବେଡ଼ା ଓ ମାଥାଲପୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି କିପରି ହେଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.