Jai Odisha
News

କୋରାପୁଟ ୧୨ ଘଣ୍ଟା ପାଇଁ ବନ୍ଦ ରହିବ

ଜୟପୁର,୯ା୫: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଜିଲ୍ଲାଭିତ୍ତିକ ନିଯୁକ୍ତି ଆଦି ୫ଦଫା ଦାବିକୁ ନେଇ ଆଜି ୯ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲ୍ଲାର ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି ସହ ସବୁ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିବାର ଖବର ମିଳିଛି। ଏହି ବନ୍ଦର ପ୍ରଭାବ ଜନଜୀବନକୁ ପ୍ରଭାବିତ କରିଛି। ଆଜି  କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି କୋରାପୁଟ କଂଗ୍ରେସ। ଏହିପରି ପକ୍ଷରେ କୋରାପୁଟ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଗାଡି ମୋଟର ବନ୍ଦ କରାଯାଇଛି । ଖାସକରି ଏହି ବନ୍ଦ ପାଳନରେ ଅଧିକା ହଇରାଣ ହରକତ ହୋଇଛନ୍ତି ସାଧାରଣ ଜନତା।ଏବେ ଏହି ଆନ୍ଦୋଳନରେ ବର୍ତ୍ତମାନ ସହସହ ଯାତ୍ରୀ ହଇରାଣ ହରକତ ହୋଉଛନ୍ତି।ବନ୍ଦ ଡାକରାକୁ ନେଇ କେବଳ କୋରାପୁଟ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଇଥିଲା କିନ୍ତୁ ଅନ୍ୟ ପଡୋଶୀ ଜିଲ୍ଲାକୁ ନଥିଲା କୌଣସି ସୂଚନା। ଯାହା ଫଳରେ ଆଜି ବୃଦ୍ଧା ବୃଦ୍ଧି,କୁନି କୁନି ଛୁଆ ଓ ମହିଳାଙ୍କ ସମେତ ଅନେକ ଲୋକ ହଇରାଣ ହୋଇଛନ୍ତି। ସବୁଠାରୁ ବଡ କଥା କି ବର୍ତ୍ତମାନ ଜୟପୁର କଂଗ୍ରେସ ବନ୍ଦ ଡାକରା ପାଇଁ କେବଳ ଲୋକଙ୍କୁ ହଇରାଣ କରୁନାହିଁ, ତା ସହିତ ଜାତୀୟ ରାଜପଥକୁ ଖୋଳି ଟେଣ୍ଟ ମାରିଛି। ବର୍ତ୍ତମାନ ଏହି ବନ୍ଦ ଡାକରାରେ ଅନେକ ଯାତ୍ରୀ ବିତୃଷ୍ନା ହେବା ସହିତ କଂଗ୍ରେସ ଏହି ଆନ୍ଦୋଳନ ସମ୍ପୂର୍ଣ ଭିତ୍ତିହୀନ ଆଉ ଏହା ଜନତାଙ୍କ ହିତ ପାଇଁ ନୁହେଁ ବରଂ ଲୋକଙ୍କୁ ହଇରାଣ ପାଇଁ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.