Jai Odisha
News

କୋରୋନାର ନୂଆ ସଂକ୍ରମଣ , ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨ଦେଶରେ ପୁଣି କୋରୋନାର ନୂଆ ସଂକ୍ରମଣ  । ଏନେଇ ଆଜି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦ୍ବିପହରରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଗତ କାଲି  ସ୍ବାସ୍ଥ୍ୟମନ୍ତ୍ରୀ କରିଥିଲେ ବୈଠକ ।ଏଥିରେ ସର୍ଭେଲାନ୍ସ ବଢ଼ାଇବା ସହ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଣ୍ଡବ୍ୟ । ବିଶେଷ କରି ଟ୍ରାକିଂ ଓ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଇଛି । ଦେଶ କୌଣସି ବି ପ୍ରକାର ସ୍ଥିତି ସହ ଲଢ଼ିବା ପାଇଁ ପ୍ରସ୍ତୁତ ଥିବା କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ  । ଓଡ଼ିଶାରେ  କରୋନାର ଚାଇନା ଭାରିଏଣ୍ଟ ଠାବ ହୋଇଛି । ଓମିକ୍ରନର ସବଭାରିଏଣ୍ଟ BF.7  ଭାରିଏଣ୍ଟ ଚିହ୍ନଟ ହୋଇଛି । ଓଡ଼ିଶାରୁ ଜଣଙ୍କ ନିକଟରୁ ଓ ଗୁଜରାଟରୁ ଦୁଇ ଜଣଙ୍କ ନିକଟରୁ ଏହି ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି । ଗୁଜରାଟ ବାୟୋ-ଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରେ  BF.7ର ପ୍ରଥମ ଭାରିଏଣ୍ଟ ଚିହ୍ନଟ ହୋଇଥିଲା । ତେବେ ଚୀନରେ ଏହି ଭାରିଏଣ୍ଟ ତାଣ୍ଡବ ମଚାଇ ଥିବା ବେଳେ ଏବେ ଓଡିଶାରୁ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି ।

Leave A Reply

Your email address will not be published.