Jai Odisha
News

କୋର୍ଟରେ କେସ ଲଢ଼ିବ ରୋବୋ ଓକିଲ

ନୂଆଦିଲ୍ଲୀ,୮।୧ : କୋର୍ଟରେ କେସ ଲଢ଼ିବ ରୋବୋ ଓକିଲ।   ଲୋକଙ୍କୁ ଏହି ରୋବୋ ଓକିଲ ବହୁକ୍ଷେତ୍ରରେ ସାହାଯ୍ୟ କରିବ।    କୋର୍ଟ କଚେରୀ ମାମଲାରେ ଓକିଲଙ୍କୁ ନିଯୁକ୍ତ କରିବା ଏବେ ଆଉ ମହଙ୍ଗା ହେବନି ଏଣିକି କିନ୍ତୁ କୃତ୍ରିମ ବୁଦ୍ଧିମତାଯୁକ୍ତ ରୋବୋ ଓକିଲଙ୍କ ସ୍ଥାନ ନେବ। ବିଶ୍ବାସ ନ ହେଲେ ବି ବାସ୍ତବ ଜୀବନରେ ଏହା ଘଟିବାକୁ ଯାଉଛି। ଆସନ୍ତା ମାସ ଆମେରିକାରେ ରୋବୋ ଓକିଲକୁ କୋର୍ଟରେ ମାମଲା ଉପସ୍ଥାପନ କରୁଥିବା ଆପଣ ଦେଖିପାରିବେ। ଆସନ୍ତା ଫେବୃୟାରୀରେ କୋର୍ଟରେ ଏକ ମାମଲାର ଶୁଣାଣିରେ ଡୁନଟପେ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଠାରୁ ଜଣେ ମୁଦାଲା ଉପଦେଶ ଗ୍ରହଣ କରିବେ। କୋର୍ଟରେ ଏକ ପକ୍ଷକୁ ପ୍ରଥମ ଥର କୃତ୍ରିମ ବୁଦ୍ଧିମତା ପ୍ରତିନିଧିତ୍ବ କରିବ। ଏହି ରୋବୋ ଏକ ସ୍ମାର୍ଟ ଫୋନରେ ଚାଲିବ।‘ନ୍ୟୁ ସାଇଣ୍ଟିଷ୍ଟ’ର କହିବା ଅନୁସାରେ ଏହି ଏଆଇ ଏକ ସ୍ମାର୍ଟଫୋନ୍‌ରେ ଚାଲିପାରିବ। ଏକ ଇୟରପିସ୍ ସାହାଯ୍ୟରେ ଏହା କୋର୍ଟର ଶୁଣାଣିରେ ଭାଗନେଇ ଯୁକ୍ତି ଉପସ୍ଥାପନ କରିପାରିବ। ଆସନ୍ତା ଫେବ୍ରୁଆରିରେ ପ୍ରଥମଥର ପାଇଁ ରୋବଟ ଜଣେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିବ। ତେବେ ସେ କେଉଁ କୋର୍ଟରେ ଓ କେଉଁ ମୁଦାଲାଙ୍କ ପାଇଁ ଲଢ଼ିବ ତାହା ଡୁନଟ୍‌ପେ ପ୍ରକାଶ କରିନାହିଁ। ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନୀ ଜୋଶୁଆ ବ୍ରାଉଡରଙ୍କ ଦ୍ବାରା କାଲିଫର୍ଣ୍ଣିଆରେ ୨୦୧୫ରେ ଡୁନଟ୍‌ପେ କମ୍ପାନି ପ୍ରତିଷ୍ଠା କରାଯାଇଛି।୨୦୧୫ ମସିହାରେ କାଲିଫର୍ଣ୍ଣିଆଠାରେ ଷ୍ଟାନଫୋର୍ଡ ୟୁନିଭର୍ସିଟିର କମ୍ପ୍ୟୁଟର ବୈଜ୍ଞାନିକ ଜୋଶୁଆ ବ୍ରାଉଡର ଡୁନଟ୍‌ପେ କମ୍ପାନି ପ୍ରତିଷ୍ଠା କରିଥିଲେ। ମୁଦାଲାଙ୍କୁ ଖର୍ଚ୍ଚାନ୍ତ ହେବାରୁ ରୀକ୍ଷା କରିବା ଉଦ୍ଦେଶ୍ୟରେ ତାଙ୍କର ଏହି ଆପ ସମ୍ପୂର୍ଣ୍ଣ ରୂପେ ଓକିଲଙ୍କୁ ସ୍ଥାନଚ୍ୟୁତ କରୁବୋଲି ସେ ଚାହାନ୍ତି। କମ୍ପାନି ଦାବି କରିଛି, ଡୁନଟପେ ଆପ ହେଉଛି ବିଶ୍ବର ପ୍ରଥମ ରୋବୋ ଓକିଲର ପେଣ୍ଠସ୍ଥଳୀ। କର୍ପୋରେଶନ ସହ ଝଗଡ଼ା, ଅମଲାକୁ ହରାଇବା ଆଦି ପାଇଁ ମାତ୍ର ଗୋଟିଏ ବଟନ ଦବାଇବାକୁ ପଡ଼ିବ।

Leave A Reply

Your email address will not be published.