Jai Odisha
News

କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୧୫ ପୃଷ୍ଟାର ରହସ୍ୟ କାଗଜ

ଝାରସୁଗୁଡ଼ା  ,୨।୨:କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୧୫ ପୃଷ୍ଟାର ରହସ୍ୟ କାଗଜ| ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାରେ କରିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ରିମାଣ୍ଡର ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଜର କେତେକ ଅଧିକାରୀ ଗୋପାଳଙ୍କୁ ମାରାଥନ ଜେରା କରିଥିବା ସୂଚନା ମିଳଇଛି। ଜେରା ବେଳେ ଗୋପାଳ ଦେଉଥିବା ତଥ୍ୟର ସତ୍ୟତା ସହ ପ୍ରମାଣ ସଂଗ୍ରହ ନେଇ କ୍ରାଇମବ୍ରାଞ୍ଚ ଲାଗିପଡିଛି। ଅନ୍ୟପକ୍ଷେ ଗୋପାଳଙ୍କ ବୟାନ ଅନୁସାରେ କ୍ରାଇମବ୍ରାଞ୍ଚ ଟିମ୍‌ ବୁଧବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ପହଞ୍ଚି ଥିଲା। ପରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ପାଇଖାନା ଟାଙ୍କିରେ ଗୋପାଳ ପକାଇଥିବା କାଗଜ ଦସ୍ତାବିଜକୁ ଉଦ୍ଧାର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗୁରୁବାର ଅଧିକାରୀଙ୍କୁ ପାଇଖାନା ଟାଙ୍କିରେ କିଛି କାଗଜ ଟୁକୁଡ଼ା ମିଳିଛି। ଏକ ଲାଲ କାଗଜରେ ଉଭୟ ଇଂଲିଶ ଏବଂ ଓଡ଼ିଆରେ କିଛି ଲେଖାଥିବା ସୂଚନା ମିଳିଛି । ଯାହାକୁ କ୍ରାଇମବ୍ରାଞ୍ଚ ହ୍ୟାଣ୍ଡରାଇଟିଂ ଏକ୍ସପର୍ଟ ମାଧ୍ୟମରେ ଗୋପାଳଙ୍କ ହାତ ଲେଖା କି ନୁହେଁ, ତାହା ଜାଣିବାକୁ ଚେଷ୍ଟା କରିବ ବୋଲି ଜଣାପଡିଛି। ଏପରିକି କାଗଜରେ କ’ଣ ଲେଖାହୋଇଛି, ତାହା ସ୍ପଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍‌ ଉଦ୍ୟମ ଆରମ୍ଭ କରଛି।

Leave A Reply

Your email address will not be published.