Jai Odisha
News

କ୍ରୀଡ଼ା ମାଧ୍ୟମରେ ଓଡ଼ିଶାର ଯୁବପିଢ଼ିଙ୍କୁ ଡେଣା ପ୍ରଦାନ କରୁଛି “ନୂଆ-ଓ”

ଯୁବ କ୍ରୀଡ଼ାବିତଙ୍କୁ ଦିଗ ଦର୍ଶନ ଦେଉଛି "ନୂଆ-ଓ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ଦୀର୍ଘ ବର୍ଷ ଧରି ଶକ୍ତି, ମହିଳା ସଶକ୍ତୀକରଣ ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ଉଦାହରଣ ଭାବେ ଉଭା ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ସ୍ପୋର୍ଟସ୍ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବିଭିନ୍ନ ଉଦାହରଣମୂଳକ ପଦକ୍ଷେପ ମାଧ୍ୟମରେ ଦେଶରେ ଆଣିଛି କ୍ରୀଡ଼ା ବିପ୍ଳବ। ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ, ହାଇ ପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଓ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ପାଇଁ ଓଡ଼ିଶା ଆଜି ଭାରତର କ୍ରୀଡ଼ା ରାଜଧାନୀ ଭାବେ ମାନ୍ୟତା ପାଇଛି। ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ ଓ ନିୟୋଜିତ କରିବା ପାଇଁ ନଭେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଏକ ନିଆରା ପଦକ୍ଷେପ ‘ନୂଆ-ଓ’ ସହ ଓଡ଼ିଶା ନିଜର କ୍ରୀଡ଼ା ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରିଛି। ହକି, କ୍ରିକେଟ୍, ଖୋ ଖୋ ଓ ଭଲିବଲ୍ ଭଳି ୬ଟି ବିଭାଗରେ ୫୫,୦୦୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ। ଶିକ୍ଷାନୁଷ୍ଠାନ, ବ୍ଲକ, ଜିଲ୍ଲା ଓ ରାଜ୍ୟ ଆଦି ଚାରିଟି ସ୍ତରରେ ବହୁ ସଂଖ୍ୟକ ବାଳକ ଓ ବାଳିକା ସକ୍ରିୟ ଅଂଶଗ୍ରହଣ କରିଥିଲେ।”ନୂଆ ଓ” କ୍ରୀଡ଼ା କାର୍ଯ୍ୟକ୍ରମରେ ବିଜେତାଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯାଇଛି, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉତ୍ସାହଜନକ। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତମାନଙ୍କୁ ରାଜ୍ୟ ସରକାର ଯେଉଁ ମାନ୍ୟତା ଦେଇଛନ୍ତି ଏହା ତାହାଠାରୁ କୌଣସି ପ୍ରକାରରେ କମ୍ ନୁହେଁ।

 

Leave A Reply

Your email address will not be published.