Jai Odisha
News

କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର, ୦୫/୦୮ : ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତିପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜନାର୍ଦନ ସାହୁଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି। ବ୍ରହ୍ମପୁର ଅନନ୍ତନଗର ସ୍ଥିତ ବାସଭବନ, ପେଟ୍ରୋଲ ପମ୍ପ, ଜୟନ୍ତୀପୁର ସ୍ଥିତ ନିଜ ପୈତୃକ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଚଢାଉ ବେଳେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ସୂଚନା ମୁତାବକ, ବ୍ରହ୍ମପୁର ସ୍ଥିତ ପ୍ରେତୃକ ଘର, ସ୍କୁଲ ସହ ଦନାର୍ଦ୍ଦନଙ୍କ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ରେଡ୍ ହୋଇଛି । ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

 

Leave A Reply

Your email address will not be published.