Jai Odisha
News

କ୍ୟାପିଟାଲ ଭୁବନେଶ୍ୱର ପାଲଟିଲାଣି କ୍ରାଇମ,ଗୋଟିଏ ବର୍ଷରେ ୯୦୦୦ ଅପରାଧିକ ମାମଲା ରୁଜୁ

ଭୁବନେଶ୍ବର,୦୯/୦୯: ରାଜଧାନୀରେ ବଢୁଛି ଅପରାଧ । କ୍ରାଇମ କ୍ୟାପିଟାଲ ପାଲଟିଲାଣି ଭୁବନେଶ୍ୱର । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ।ଭୁବନେଶ୍ୱରରେ ଲୋକଙ୍କୁ ଅଣନିଶ୍ୱାସୀ କରି ଦେଇଛି ହତ୍ୟା, ଚୋରୀ ଓ ଠକେଇ ଭଳି ଅପରାଧ । ଦିନ ଦ୍ବିପହରେ ହେଉଛି ଛୁରାମାଡ, ଦୁଷ୍କର୍ମ। ଜନପଥରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ ସବୁଠି ପଡୁଛି ରକ୍ତର ଛିଟା।ଘରୁ ପାଦ କାଢିବା ସମୟରେ ଅନେକ ଥର ଚିନ୍ତା କରୁଛନ୍ତି ସହରବାସୀ । ଯାଉଥିବା ଲୋକ ଘରକୁ ଫେରିବ କି ନାହିଁ ସେ ନେଇବି ସନ୍ଦିହାନ ରହୁଛି। ଛୋଟ ଛୋଟ କଥାରେ ହେଉଛି ହତ୍ୟା। କେବଳ ହତ୍ୟା ନୁହେଁ ଡକାୟତି, ନିଶା କାରବାର, ଅପହରଣ, ଦୁଷ୍କର୍ମ ମଧ୍ୟ ସୀମା ଟପିଛି। ଲଗାତାର ରାଜଧାନୀରୁ ଜବତ ହେଉଛି କୋଟି କୋଟି ତାଙ୍କର ଗଞ୍ଜେଇ, ବ୍ରାଉନ ସୁଗାର ଭଳି ନିଶା ଦ୍ରବ୍ୟ। ପୋଲିସକୁ ଚକମା ଦେବା ପାଇଁ ଅପରାଧୀ ମାନେ କରୁଛନ୍ତି ନୂଆ ନୂଆ ଯୋଜନା। ତେବେ ଏସବୁ ଭିତରେ କମିସନରେଟ ପୋଲିସର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ। ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି ତାହାଲେ କାହିଁକି ବଢୁଛି ଅପରାଧ। କୋହଳ ଦଣ୍ଡ ନା ଆଇନର ଗଳାବାଟ ପାଇଁ ସାହସ ପାଉଛନ୍ତି ଅପରାଧୀ। ନା ଅପରାଧୀଙ୍କୁ ଛାଡି ନେତାଙ୍କୁ ଖୁସି କରିବାରେ ଲାଗିଛି ପୋଲିସ? ରାଜଧାନୀରେ ଘଟୁଥିବା ଅପରାଧ ଦେଖି ଲାଗୁଛି ଯେମିତି ଅପରାଧୀଙ୍କ ଛାତିରୁ ଲିଭି ଯାଇଛି ପୋଲିସ ଭୟ।
୨୦୨୧ ମସିହାରେ ପ୍ରକାଶିତ କମିଶନରେଟ ପୁଲିସର ଅପରାଧ ସମୀକ୍ଷା ରିପୋର୍ଟରୁ ଜଣା ପଡ଼ିଛି ଯେ ଗତ ବର୍ଷ ୮୪୭୩ଟି ମାମଲା ରୁଜୁ ହୋଇଛି । ସେଥିରୁ ୫୩୯୮ଟି ମାମଲାର ତଦନ୍ତ ଶେଷ ହୋଇଛି ଆଉ ଅଧିକାଂଶ ମାମଲାରେ ଅପରାଧୀଙ୍କ ପାଖରେ ପହଞ୍ଚିିପାରୁନାହିଁ ପୁଲିସ । ସେହିଭଳି ଗତ ୩ ବର୍ଷ ରେ ରାଜଧାନୀରେ ୧୨୦ ଜଣଙ୍କୁ ହତ୍ୟା ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ ଗତ ବର୍ଷ ନଭେମ୍ବର ସୁଦ୍ଧା ୩୨ ହତ୍ୟା ମାମଲାରୁ ମାତ୍ର ୯ଟିର ତଦନ୍ତ ଶେଷ ହୋଇଥିବା ବେଳେ
୧୦୮ ଧର୍ଷଣ ମାମଲାରୁ ୭୭ଟି ତଦନ୍ତ ସାରିଥିଲା କମିଶନରେଟ ପୋଲିସ। ଆଉ ଡକାୟତି ନିଶା, କାରବାର, ଚୋରି ମାମଲା କଥା କିଏ ପଚାରେ। ଏହି ରିପୋର୍ଟକୁ ଦେଖି ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠୁଛି। ଘଟଣାକୁ ଦେଖି ଲାଗୁଛି ୨୦୨୨ ରେ ସହରରେ ଘଟୁଥିବା ଅପରାଧ ସଂଖ୍ୟା ଢେରେ ଅଧିକ ହୋଇପାରେ। ତେବେ ଦକ୍ଷ କର୍ମଚାରୀଙ୍କ ସହ ଅଭିଜ୍ଞ ଅଧିକାରୀ ସତ୍ତ୍ୱେ ସହରରେ କାହିଁକି ବଢୁଛି ଅପରାଧୀକ କାର୍ଯ୍ୟକଳାପ। କାହିଁକି ଅପରାଧୀଙ୍କ ଉପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂଙ୍କ ଲଗାମ କାମ ଦେଉନି। କୋହଳ ହେଉଛି କି ଲଗାମ ନା ପୋଲିସ ଠାରୁ ଅଧିକ ସ୍ମାର୍ଟ ହେଉଛନ୍ତି ସ୍ମାର୍ଟ ସିଟିର ଅପରାଧୀ। ମୁଖ୍ୟମନ୍ତ୍ରୀଙ୍କ ନିଜ ହାତରେ ପୋଲିସ୍ ବିଭାଗ ରହିବା ସତ୍ତ୍ୱେ କାହିଁକି ରାଜଧାନୀରେ ବଢୁଛି ଅପରାଧ। ତେବେ ରାଜଧାନୀରେ ବଢୁଥିବା ଅପରାଧ ପାଇଁ ଲୋକେ ଆତଙ୍କିତ ରହିବା ସହ ଛତ୍ରଛତ୍ରୀଙ୍କୁ ଶିକ୍ଷାଦାନ ପାଇଁ ମଧ୍ୟ ଏବେ ଭୁବନେଶ୍ଵର ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି ଅଭିଭାବକ।

Leave A Reply

Your email address will not be published.