Jai Odisha
News

କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ 5T ସଚିବ

ଭୁବନେଶ୍ଵର, ୧୬/୧୧ : ଆଜି କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି।  କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶ ଏବଂ ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମି ସମୀକ୍ଷା କରିଛନ୍ତି 5T ସଚିବ। ତେବେ ଏହି ଗସ୍ତ ଅବସରରେ ସ୍ଵାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବିକ୍ରମ ଯାଦବ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଉପସ୍ଥିତ ଥିଲେ । କ୍ୟାପିଟାଲ ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧୀନ ଅଞ୍ଚଳ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି 5T ସଚିବ।   ଆସନ୍ତା ୨୦୨୪ ମସିହା ସୁଦ୍ଧା ନିର୍ମାଣ କାମ ଶେଷ ହେବ ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଡିଜିଟାଲ ପ୍ଲାନ୍ ଦେଖିବା ସହ ସ୍ପଟ୍ ଭିଜିଟ ପରିଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ | ସେହିପରି କ୍ୟାପିଟାଲ ହସ୍ପିଟାଲ ପରିସରରେ ୮୦ କୋଟିର ଟ୍ରୋମା କେୟାର ସେଣ୍ଟର ନିର୍ମାଣ ଚାଲିଛି । ଯାହାକୁ ବୁଲି ଅନୁଧ୍ୟାନ କରିଛନ୍ତି 5T ସଚିବ । ଏହାବ୍ୟତୀତ ୨୮୦ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ପିଜିଆଇ ବ୍ଲକର ମଧ୍ୟ ସାଇଟ୍‌ ବୁଲି ଦେଖିଛନ୍ତି ।

Leave A Reply

Your email address will not be published.