Jai Odisha
News

ଖରା ଛୁଟିରେ ପିଲାଙ୍କୁ ବଟିକା ବାଣ୍ଟିବେ ଶିକ୍ଷକ : ରାଜ୍ୟକୁ ନିମୋନିଆ ମୁକ୍ତ କରିବା ଲକ୍ଷ୍ୟ

ଖରା ଛୁଟିରେ ପିଲାଙ୍କୁ ବଟିକା ବାଣ୍ଟିବେ ଶିକ୍ଷକ । ରାଜ୍ୟକୁ ନିମୋନିଆ ମୁକ୍ତ କରିବାକୁ ଗ୍ରହଣ କରାଯାଇଛି ଏଭଳି ପଦକ୍ଷେପ । ସୂଚନା ଅନୁଯାୟୀ ଖରା ଛୁଟି ସମରେ ଘରକୁ ଘର ବୁଲି ଆଇରନ୍ ଓ ଫଲିକ ଏସିଡ଼ ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟତ୍ରୀ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ର୍ପ୍ୟନ୍ତ ଛାତ୍ରଛାତ୍ରୀଙ୍କୁୂ ଏହି ବଟିକା ପ୍ରଦାନ କରାଯିବ । ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ କାର‌୍ୟ୍ୟକ୍ରମରେ ରାଜ୍ୟକୁ ଆନେମିଆ ମୁକ୍ତ କରିବା ପାଇଁ ଏହି ନିଷ୍ପତ୍ତି ନିଆ ଯାଇଛି । ଖରାଛୁଟି ସମୟରେ ପ୍ରତି ସପ୍ତାହର ସୋମବାର ପିଲାଙ୍କୁ ଏହି ବଟିକା ବଣ୍ଟନ କରାଯିବ । ସ୍କୁଲ ଖୋଲିବା ପୂର୍ବରୁ ଏହି ଆଇଏଫଏ ଟାବଲେଟ୍ ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ପଠାଯାଇଛି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ବଣ୍ଟନ କରାଯିବ । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗୋଲାପୀ ରଙ୍ଗର ଆଇଏଫଏ ଟାବଲେଟ୍ ସେହିପରି ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନୀଳ ରଙ୍ଗର ଆଇଏଫଏ ଟାବଲେଟ୍ ପ୍ରଦାନ କରାଯିବ । ଅଭିବାକଙ୍କ ଉପସ୍ଥିତିରେ ଏକ୍ସପାରୀ ତାରିଖ ଯାଞ୍ଚ କରି ଏହି ବଟିକା ପ୍ରଦାନ କରାଯିବ । ବଟିକା ପ୍ରଦାନ ପୂର୍ବରୁ କାର‌୍ୟ୍ୟକାରିତା ସଂପର୍କରେ ଅଭିଭାବକଙ୍କୁ ଅବଗତ କରାଯିବ । ପିଲାମାନେ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପରେ ଏହି ବଟିକା ଖାଇବେ । ଆବଶ୍ୟକ ପଡ଼ିଲେ ଏହି ବଟିକାର ବିତରଣର ତଦାରଖ ସ୍କୁଲ ପରିଚାଳନା କମିଟି କରିବ । ଖରାଛୁଟିରେ ବଣ୍ଟନ ହୋଇଥିବା ବଟିକାର ସମସ୍ତ ତଥ୍ୟକୁ ଦାଖଲ ହେବ । ବ୍ଲକ ଶିକ୍ଷା ଅଧିକାରୀମାନେ ଏହି ଦାୟିତ୍ବ ନେବେ ।

Leave A Reply

Your email address will not be published.