Jai Odisha
News

ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସ୍ଥାନାନ୍ତରଣ ପ୍ରତିବାଦରେ ଏ.ଆଇ.ଡିଏସ୍ଓ ପକ୍ଷରୁ ବିକ୍ଷୋଭ

 

ବ୍ରହ୍ମପୁର ,୨୦/୮ : ଆଜି ଅଲ୍ ଇଣ୍ଡିଆ ଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଐତିହ ସମ୍ପର୍ଣ୍ଣ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବ୍ରହ୍ମପୁରକୁ ବିନାୟକ ଆଚାର୍ଯ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନନ୍ତରଣ ପ୍ରତିବାଦରେ ଖଲ୍ଲିକୋଟ କଲେଜ,ବ୍ରହ୍ମପୁର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ସୂଚନା ଥାଉକି,ବହୁ ସଂଗ୍ରାମ ତଥା ଅଗଣିତ ଅଧ୍ୟାପକଙ୍କ ନିଷ୍ଠାପର ପ୍ରଚେଷ୍ଟାର ଫଳସ୍ୱରୁପ ଏକ ଶୈକ୍ଷିକ,ସାଂସ୍କୃତିକ ବାତାବରଣ ସଂପନ୍ନ ମହାବିଦ୍ୟାଳୟ ସୃଷ୍ଟି ହୁଏ । ସେହିଭଳି ଓଡ଼ିଶା ତଥା ଦକ୍ଷିଣ ଓଡିଶାର ଐତିହ୍ୟ ସଂପନ୍ନ ମହାବିଦ୍ୟାଳୟ ହେଲା ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ପୂର୍ବର ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ)। ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଏବଂ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ ଏହା ନିକଟରେ ଥିବାରୁ ଏହି ତିନୋଟି ଶିକ୍ଷାନୁଷ୍ଠାନକୁ ଭିତ୍ତି କରି ଏକ ଶୈକ୍ଷିକ ପରିବେଶ ସୃଷ୍ଟି ହେଉଛି ।କିନ୍ତୁ ଦୁଃଖର ବିଷୟ ଏହି ଭଳି ଏକ ପରିବେଶରୁ ବିଚ୍ଛିନ୍ନ କରି ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିନାୟକ ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରଣ କରାଯିବାର ସିଦ୍ଧାନ୍ତ ନିଆଯାଇଛି ।ଯାହାଫଳରେ ଏହାର ଶୈକ୍ଷିକ,ସାଂସ୍କୃତିକ ବାତାବରଣ ନଷ୍ଟ ହେବ । ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ବୃହତ ପାଠାଗାରର ବ୍ୟବହାରରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ହେବେ,ଯାହା ଉନ୍ନତ ଶିକ୍ଷାଗ୍ରହଣ କ୍ଷେତ୍ରରେ ବାଧା ସୃଷ୍ଟି କରିବ । ବାସ୍ତବରେ ଛାତ୍ରଛାତ୍ରୀଙ୍କ ବୃହତ ବାତାବରଣ ଠାରୁ ବିଛିନ୍ନ ନୂତନ କ୍ୟାମ୍ପସ୍‌ କଦାପି ପୁରାତନ ଐତିହ ସମ୍ପନ୍ନ କ୍ୟାମ୍ପସର ବିକଳ୍ପ ହୋଇ ନ ପାରେ,ତାହାକୁ ଆହୁରି ଉନ୍ନତ କରିବାକୁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କରାଯାଇ ପାରେ । ଏଣୁ ବିଦ୍ୟାଳୟରେ ଖାଲିପଡିଥିବା ସମସ୍ତ ଅଧ୍ୟାପକ ପଦବୀ ତୁରନ୍ତ ପୂରଣ କରିବା ସହିତ ଭିତ୍ତିଭୂମିର ବିକାଶ କରି ଶୈକ୍ଷିକ,ସାଂସ୍କୃତିକ ଗୁଣବତ୍ତାକୁ ଆହୁରି ଉନ୍ନତ ପର୍ଯ୍ୟାୟକୁ ଉନ୍ନିତ କରିବା ନିମିତ୍ତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରିତ ନ କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଗମନାଗମନର ସୁବିଧା ଦୃଷ୍ଟିରୁ ନିମ୍ନଲିଖିତ ଦାବୀ ସମୂହ ତୁରନ୍ତ ପୂରଣ କରିବା ପାଇଁ ସଂଗଠନ ତରଫରୁ ଦାବି କରାଯାଇଛି ।ଦାବି ସମୂହ, ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ପୂର୍ବର କନିଷ୍ଠ ମହାବିଦ୍ୟାଳୟ)କୁ ବିନାୟକ ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରଣ କରାଯିବାର ସିଦ୍ଧାନ୍ତ ତୁରନ୍ତ ବାତିଲ କରାଯାଉ ଏବଂ ଉକ୍ତ ସ୍ଥାନରେ ପାଠପଢ଼ା ପାଇଁ ଭିତ୍ତିଭୂମିକୁ ବିକାଶ କରାଯାଉ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିପଡିଥିବା ସମସ୍ତ ଅଧ୍ୟାପକ ପଦବୀ ତୁରନ୍ତ ପୂରଣ କରିବା ସହିତ ଭିତ୍ତିଭୂମିର ବିକାଶ କରାଯାଉ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ,ନାରାୟଣ ସାହୁ,ପପୁନ ସାହୁ,କିସାନ୍ ସାହୁ,ସୁଭସ୍ମିତା ପାଣିଗ୍ରାହୀ,ଅଲିଭା ଦାସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.