Jai Odisha
News

ଖସୁଛି ପାରଦ : ସ୍ୱାଭାବିକ ତାପମାତ୍ରା

ରାଜ୍ୟରେ ତାପମାତ୍ରା ହ୍ରାସ

ଭୁବନେଶ୍ୱର : ରାଜ୍ୟରେ ବର୍ତମାନ ପାଗ ବଦଳିବା ସହ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଏହା ସ୍ବାଭାବିକ ହେବା ସହ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବ କିନ୍ତୁ ଶୀତ ଅନୁଭବ ହେବ ନାହିଁ । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହି ବାୟୁ ଚଳାଚଳ ପ୍ରଭାବରେ ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗିରହିଛି । ଆଜି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଗଞ୍ଜାମ, ଗଜପତି, ରାୟଗଡା ,କନ୍ଧମାଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା। ଆସନ୍ତା କାଲି ପାଗ ଶୁଖିଲା ରହିବା ସହ ଦକ୍ଷିଣ ଉପକୂଳର କିଛି ସ୍ଥାନରେ କୁହୁଡିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫେବୃଆରୀ ୧୦ ତାରିଖରୁ ମେଘୁଆ ପାଗ ଓଡିଶାରେ ଲାଗି ରହିବ । ଫେବୃଆରୀ ୧୧ ତାରିଖରେ ଉତ୍ତର ଆଭ୍ୟନ୍ତରଣ ଓଡ଼ିଶାର ପାର୍ଶ୍ବବର୍ତ୍ତି ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ରାଜ୍ୟରେ ଏବେ କୋହଲା ପାଗ ସହ ଗୁଳୁଗୁଳି ଲାଗିରହିଥିବା ବେଳେ ଆଗାମୀ ୫ ଦିନ ଯାଇ କୌଣସି ସତର୍କ ସୂଚନା ନାହିଁ ।

Leave A Reply

Your email address will not be published.