Jai Odisha
News

ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା, ୨୫/୦୧ : ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ। ସାମନ୍ତରାପୁରର ରାଜେନ୍ଦ୍ର ପୃଷ୍ଟିଙ୍କ ଘରେ ଓ ପ୍ରାଣୀଧନ ଚିକିତ୍ସାଳୟ ନିକଟ ପରିବା ଦୋକାନରେ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି ଅବକାରୀ ପୋଲିସ । ଏହା ସହ ଏହି ରାକେଟ୍‌ରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ଵାର୍ଡ କଟକ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ଵରେ ଏକ ୧୫ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଥିଲେ। ତେବେ ଏହି ଧଳା ଜହର କାରବାରରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ କରୁଛି ପୋଲିସ।

Leave A Reply

Your email address will not be published.