Jai Odisha
News

ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ମିଳିଲା ଜଙ୍ଗଲ ମଞ୍ଜୁରୀ

ଭୁବନେଶ୍ୱର,୧୩।୨ :  ଆଜି ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ମିଳିଲା ଜଙ୍ଗଲ ମଞ୍ଜୁରୀ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ହସ୍ତକ୍ଷେପ ପରେ ଆଜି  ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ  ପ୍ରକଳ୍ପକୁ ମିଳିଲା ଅନୁମତି ପ୍ରଦାନ କରାଯାଇଛି। ଦଶପଲ୍ଲା ଏବଂ ପୁରୁଣା କଟକ ମଧ୍ୟରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୬୮ କିଲୋମିଟର ରେଳ ଲାଇନ ପାଇଁ ଜଙ୍ଗଲ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ବଲାଙ୍ଗୀର, ସୋନପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ । ଏହି ରେଳ ଲାଇନ ପ୍ରକଳ୍ପ ୧୧୨ରୁ ୧୮୦ କିଲୋମିଟର ମଧ୍ୟରେ ଜଙ୍ଗଲ ଜମିକୁ ଅନୁମତି ଦିଆଯାଇଛି । ଜଙ୍ଗଲ ପରିବେଶ ଅନୁମତି ମିଳିବା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଲେଖିଛନ୍ତି, ‘ଖୋର୍ଦ୍ଧାରୋଡ-ବଲାଙ୍ଗୀର ନୂତନ ଲାଇନରେ ଅବଶିଷ୍ଟ 68 କିଲୋମିଟର ବିଭାଗ ପାଇଁ ଜଙ୍ଗଲ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଭୁପେନ୍ଦର ଯାଦବଙ୍କଙ୍କୁ ଧନ୍ୟବାଦ। ସମସ୍ତ ଟେଣ୍ଡର ଜାରି କରାଯାଇଛି ଏବଂ ଖୁବ ଶୀଘ୍ର ଚୂଡାନ୍ତ ହେବ।’ଆର୍ଥିକ ବର୍ଷ ୧୯୯୪-୯୫ ରେ ଏହି ପ୍ରକଳ୍ପ ଅନୁମୋଦନ କରାଯାଇଥିଲା। କୋର୍ଟ ମାମଲା ଏବଂ ଜଙ୍ଗଲ ମଞ୍ଜୁରୀ ଇତ୍ୟାଦି ଅନେକ ପ୍ରସଙ୍ଗରେ ଏହା ବିଳମ୍ବ ହେଉଥିଲା ୨୦୧୪-୧୫ ବର୍ଷ ଠାରୁ ଏହି ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି। ଅଦ୍ୟାବଧି, ୩୦୧ କିଲୋମିଟରରୁ ୧୧୫ କିଲୋମିଟର (ଖୋର୍ଦ୍ଧାରୋଡରୁ ନୁଆଗାଓଁ ପର୍ଯ୍ୟନ୍ତ ୯୦ କିଲୋମିଟର ଏବଂ ବଲାଙ୍ଗୀରରୁ ଝାରଥରାବା ପର୍ଯ୍ୟନ୍ତ ୨୫ କିଲୋମିଟର) ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି ।ମାର୍ଚ୍ଚ ୨୦୨୩ ସୁଦ୍ଧା ନୂଆଗାଁ ଏବଂ ଦଶପଲ୍ଲା ମଧ୍ୟରେ ୧୫.୫ କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭ଟି ମାଇନର୍ ଏବଂ ୩ଟି ମେଜର ବ୍ରିଜ୍ ସହିତ ୧୫ ରୋଡ ଅଣ୍ଡର ବ୍ରିଜ ଏବଂ ୪ଟି ରୋଡ ଓଭର ବ୍ରିଜ ସହିତ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଝରତରଭା-ଖମ୍ବେଶ୍ୱରପାଲ୍ଲୀ-ସୁବର୍ଣ୍ଣପୁର ୨୧.୭୦କିମି ଦୈର୍ଘ୍ୟ ରେଳ ସେକ୍ସନ ସମାପ୍ତ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ୧୧୨-୧୮୦ କିଲୋମିଟର ମଧ୍ୟରେ ୯୭.୫୯ ଏକର ଘରୋଇ ଜମି, ୨୬୨.୭୫ଏକର ସରକାରୀ ଜମି ଉପଲବ୍ଧ। ଜଙ୍ଗଲ ଅନୁମୋଦନ ସଠିକ ସମୟରେ ମିଳିଥିଲେ ଡିସେମ୍ବର ୨୦୨୫ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୨୦୨୫ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଆଶା କ୍ଷୀଣ। ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ଜଙ୍ଗଲ ଅନୁମୋଦନ ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଏବଂ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। ଏହି ରେଳ ପ୍ରକଳ୍ପ ନିର୍ମାଣ ସମୟରେ ଉପୁଜୁଥିବା ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡ଼ିକୁ ଶୀଘ୍ର ସମାଧାନ ପାଇଁ ତୃଣମୂଳ ସ୍ତରରେ ବିଭିନ୍ନ ସରକାରୀ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.