Jai Odisha
News

ଖୋଲାବଜାରରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ କରୋନା ଟିକା

ନୂଆଦିଲ୍ଲୀ,୨୭/୦୧:   ଖୋଲା ବଜାରରେ ଉପଲବ୍ଧ ହେବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା । ପ୍ରତ୍ୟେକ ଚିକିତ୍ସାକେନ୍ଦ୍ର ଓ ହସ୍ପିଟାଲରେ କରୋନା ଟିକାକରଣ କରାଯାଉଥିବା ବେଳେ ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା।ବଜାରରେ ବିକ୍ରି ପାଇଁ ଡିସିଜିଆଇ ପକ୍ଷରୁ ମିଳିଲା ଅନୁମତି । ଖୋଲା ବଜାରରେ ବିକ୍ରି ନେଇ ସର୍ତ୍ତମୂଳକ ଅନୁମତି ଦେଇଛି ଡିସିଜିଆଇ । ମାତ୍ର କୌଣସି ଔଷଧ ଦୋକନାରେ ଏହା ମିଳିବ ନାହିଁ। ହସ୍ପିଟାଲ ଓ କ୍ଲିନିକରୁ ଟିକା ମିଳିବ। ଟିକାକରଣର ତଥ୍ୟ ପ୍ରତି ଛଅ ମାସରେ ଡିସିଜିଆଇକୁ ପ୍ରଦାନ କରାଯିବ।ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ନିର୍ମିତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି କୋଭାକ୍ସିିନ ।

Leave A Reply

Your email address will not be published.