Jai Odisha
News

ଖୋଲିଲା କାଳିଆ ହତ୍ୟାର ଗୁମର,୪ଜଣଙ୍କୁ ଅଟକ

ପୁରୀ ୨୧/୦୩ : ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କ ହତ୍ୟା ମାମଲାର ଖୋଲିଲା ଗୁମର । ପୁରୀ ବହୁ ଚର୍ଚ୍ଚିତ କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି । କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ମାମଲା । ଘଟଣାରେ ୨ ଷଡଯନ୍ତ୍ରକାରୀଙ୍କ ସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ପୂର୍ବରୁ ଜଣଙ୍କୁ ଉଠାଇ ଆଣି ପଚରାଉଚରା ବେଳେ ଅନେକ ତଥ୍ୟ ହାସଲ କରିଥିଲା ପୋଲିସ । ଏହି ଆଧାରରେ ଗତକାଲି ଗୁନ ସିଂହାରୀର ସମ୍ପର୍କୀୟ ବାପ-ପୁଅଙ୍କୁ ଉଠାଇ ଆଣିଥିଲା ପୋଲିସ ।  ଏମାନଙ୍କୁ ଅଟକ ପରେ ରାତିରେ ଅନ୍ୟ ଜଣେ ଯୁବକଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ୪ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ ଅଧିକ ପଚରାଉଚରା କରୁଛି । ଘଟଣା ପଛରେ ପୂର୍ବଶତ୍ରୁତା କିମ୍ବା ଜମିଜମା ବିବାଦ ସେନେଇ ପୋଲିସ ଛାନଭିନ ଚଳାଇଛି । କାଳିଆକୁ ହତ୍ୟା କରିବା ପାଇଁ ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଗତ ୧୬ ତାରିଖରେ ବାରବାଟୀ ଜାଗାରେ କାଳିଆକୁ ଗୁଳିକରି ହତ୍ୟା କରାଯାଇଥିଲା । ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କ ହତ୍ୟା ମାମଲାର ଖୋଲିଲା ଗୁମର । ସୂଚନାଯୋଗ୍ୟଯେ ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ତଳୁଚ୍ଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ମୁଣ୍ଡକୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ । କାଳିଆଙ୍କ ସହ ମୋଟ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।  ଗୁନ ହତ୍ୟାକାଣ୍ଡ ଘଟଣାରେ କାଳିଆ ଷଡ଼୍‌ଯନ୍ତ୍ରକାରୀ ରହିଥିବା ହେତୁ ତାଙ୍କୁ ହତ୍ୟା କରିବାରେ ଗୁନ ପରିବାରର ହାତ ରହିଥିବା ପୁଲିସ ପ୍ରାରମ୍ଭିକ ପର୍ଯ୍ୟାୟରେ ସନ୍ଦେହ କରିଥିଲା। ତେଣୁ ଏହି ସନ୍ଦେହକୁ ଆଧାର କରି ପୁଲିସର ତଦନ୍ତ ଆଗେଇଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପ୍ରଥମେ ବାବା ମହାପାତ୍ରଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ତାଙ୍କୁ ଅଟକ ରଖି ପଚରାଉଚରା କରିବାରେ ଏହି ଘଟଣାରେ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ନାମ ଆସିଥିଲା। ତେଣୁ ପୁଲିସ ଆଜି ସେମାନଙ୍କୁ ଘରୁ ଉଠାଇ ଆଣିବା ପରେ ସମସ୍ତ ଘଟଣା ପଦାକୁ ଆସିଯାଇଥିଲା।

 

Leave A Reply

Your email address will not be published.