Jai Odisha
News

ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ପାଳନ

ବ୍ରହ୍ମପୁର,୨୦/୦୮ :ଉତ୍କଳ ଆଶ୍ରମ ସଭା କକ୍ଷରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ଉତ୍କଳ ଆଶ୍ରମ ଭାଷା ଭବନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ରାଧା ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ସଂସ୍କୃତି ଗବେଷକ ଅବସର ପ୍ରାପ୍ତ ଶିକ୍ଷାବିତ ଡ଼: ହରି କୃଷ୍ଣ ନାୟକ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆୟୁର୍ବେଦ ଶାସ୍ତ୍ର ବିଶାରଦ ବିଜ୍ଞ ଚିକିତ୍ସକ ଅବସରପ୍ରାପ୍ତ ସହକାରୀ ପ୍ରଫେସର ଡାକ୍ତର ନକୁଳ ସାହୁ ସମ୍ମାନିତ ଅତିଥି ଅନୁଷ୍ଠାନର ବରିଷ୍ଠ ସଦସ୍ୟା ତଥା ଗଞ୍ଜାମ ଜିଲ୍ଲା ଲେଖିକା ସାମ୍ମୁଖ୍ୟର ସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ମିଶ୍ର ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିଭରା ଭଜନ ଗାନ କରିଥିଲେ ସୁଗାୟୀକା ବରିଷ୍ଠ କବୟିତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢ଼ୀ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।ଅତିଥି ପରିଚୟ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ କରି ସମ୍ପାଦକ ଶ୍ରୀପଲ୍ଲବ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଦିବଂଗତ ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ଓ ପୂର୍ବତନ କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନଙ୍କ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା ।ଏହି ଅବସରରେ ଅନୁଷ୍ଠାନ ର ବିଶିଷ୍ଟ ସମ୍ମାନ “ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ବରିଷ୍ଠ ନାଗରିକ ସ୍ମୃତି ସମ୍ମାନ” ରେ ଶ୍ରୀଯୁକ୍ତ ରାଧା ଚରଣ ନାୟକଙ୍କୁ ସମ୍ମାନିତ କରାଯାଇଥିଲା ।ଅନୁଷ୍ଠାନର ଉପସଭାପତି ଗୋପାଳ କୃଷ୍ଣ ପାଢ଼ୀ ରାଷ୍ଟ୍ର ଗଠନରେ ବରିଷ୍ଠ ନାଗରିକଙ୍କ ଭୂମିକା ଏବଂ ବରିଷ୍ଠ ନାଗରିକ ଙ୍କ ସାମାଜିକ ସୁରକ୍ଷା” ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା ।ବର୍ତ୍ତମାନ ଦିନକୁ ଦିନ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏକ ବହୁତ ବଡ଼ ସମସ୍ୟା ରୂପେ ଦେଖାଦେଇଛି ତେଣୁ ଏଠାରେ ଘୋର ଉଦ୍ବେଗ ପ୍ରକାଶ ପାଇଥିଲା ଏବଂ ସରକାର ଏହାର ଦୃଢ ପ୍ରତିକାର କରିବା ଦରକାର ବୋଲି କୁହାଯାଇଥିଲା ।ଅନ୍ୟ ବକ୍ତା ମାନଙ୍କ ସମେତ ମଞ୍ଚାସିନ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ ଯେ‌‌ ରାଷ୍ଟ୍ର ଗଠନରେ ବରିଷ୍ଠ ନାଗରିକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ସେମାନେ ରାଜନୀତି ଠାରୁ ଆରମ୍ଭ କରି ସାମାଜିକ ଗୁରୁ ଦାୟିତ୍ଵ ଓ କୃଷିଭିତ୍ତିକ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ରଖି ଯାଇଛନ୍ତି ।ବର୍ତ୍ତମାନ ଦିନକୁ ଦିନ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏକ ବହୁତ ବଡ଼ ସମସ୍ୟା ରୂପେ ଦେଖାଦେଇଛି ତେଣୁ ଏଠାରେ ଘୋର ଉଦ୍ବେଗ ପ୍ରକାଶ ପାଇଥିଲା ଏବଂ ସରକାର ଏହାର ଦୃଢ ପ୍ରତିକାର କରିବା ଦରକାର ବୋଲି କୁହାଯାଇଥିଲା ।ଉତ୍ତୀର୍ଣ୍ଣ ବୟସରେ ସେମାନଙ୍କୁ ସମାଜ ତଥା ରାଜ୍ୟ ଓ କେନ୍ଦ୍ର ସରକାର ସୁରକ୍ଷା ପ୍ରଦାନ କରିବା ଆବଶ୍ୟକ ।ଏହି କାର୍ଯ୍ୟକ୍ରମ ରେ ଆଲୋଚକ ଭାବେ ଅନୁଷ୍ଠାନର ଉପସଭାପତି ଡ଼ାକ୍ତର ପ୍ରାଣଚାନ୍ଦ ପଣ୍ଡା,ହାଡିବନ୍ଧୁ ମାଳି,ସରୋଜ କାନ୍ତ ରଥ,ପ୍ରମୁଖ ଆଲୋଚନା କରିଥିବା ବେଳେ ଉପସଭାପତି ଗୋପାଳ କୃଷ୍ଣ ପାଢ଼ୀ,ସମ୍ପାଦକ ରଜନୀକାନ୍ତ ମଣ୍ଡଳ କୋଷାଧ୍ୟକ୍ଷ ଲଡୁକେଶ ମିଶ୍ରଙ୍କ ସମେତ ସୁବାସ ଚନ୍ଦ୍ର ସୁବୁଦ୍ଧି ଡ଼ ସୂଚନା ପାଢ଼ୀ,ସ୍ବର୍ଣ୍ଣପ୍ରଭା ପାଢ଼ୀ,ରାମ କ୍ରିଷ୍ଣା ଆଚାରୀ,ବିଜୟ କୁମାର ସାହୁ ,ବିଚିତ୍ରାନନ୍ଦ ବେବର୍ତ୍ତା, ଅମିତ୍ କୁମାର ଆଚାରୀ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଡାକ୍ତର ପ୍ରାଣଚାନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.