Jai Odisha
News

ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ଦ୍ଵାରା ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ

ନୂଆଦିଲ୍ଲୀ ୨୫/୦୧:ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ଦ୍ଵାରା ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ  । ସ୍ପେଶାଲ ସେଲ୍‌ ପକ୍ଷରୁ ଚଢାଉ କରାଯାଇ ଅସ୍ତ୍ରଶସ୍ତ୍ର ସହ ଏକ ଗ୍ୟାଙ୍ଗକୁ କାବୁ କରାଯାଇଛି । ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଉତ୍ତର ପ୍ରଦେଶ ପ୍ରୟାଗରାଜର ରବି ଖାନ ଏବଂ ମଧ୍ୟ ପ୍ରଦେଶର ରାହୁଲ ସିଂହ । ପୋଲିସ ସେମାନଙ୍କ ନିକଟରୁ ୨୫ଟି ସେମି ଅଟୋମେଟିକ୍‌ ପିସ୍ତଲ, ମୋବାଇଲ ଫୋନ ଜବତ ଅନେକ ସିମ୍‌ କାର୍ଡ ଜବତ କରିଛି । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ବଡ ଧରଣର ଅପରାଧିକ କାର୍ଯ୍ୟକଳାପ କରିବାକୁ ଏମାନେ ଯୋଜନା କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କ ମଧ୍ୟରୁ ରାହୁଲ ସିଂହ ନାମକ ଯୁବକର ବିଦେଶ ଲିଙ୍କ୍‌ ଥିବା ଜଣାପଡିଛି । ବିଦେଶରୁ ସେ ଅନେକ ଥର ମୋଟା ଅଙ୍କର ଆର୍ଥିକ କାରବାର କରିଥିବା ନେଇ ଜଣାପଡିଛି ।   ତେବେ ମଙ୍ଗଳବାର ରାହୁଲ ସିଂହ ଅସ୍ତ୍ରଶସ୍ତ୍ର ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ଚଢଉ କରାଯାଇଥିଲା । ଚଢଉ ବେଳେ ଅସ୍ତ୍ରଶସ୍ତ୍ର ସହ ୨ ଜଣଙ୍କୁ କାବୁ କରାଯାଇଥିଲା । ମଧ୍ୟ ପ୍ରଦେଶ ସମେତ ଦିଲ୍ଲୀ ଏବଂ ୟୁପିର ବିଭିନ୍ନ ସ୍ଥାନକୁ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିଲା ରାହୁଲ ସିଂହ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିବା ରବି ଖାନ, ରାହୁଲ ସିଂହ ଏବଂ ଅନ୍ୟ କିଛି ଗ୍ୟାଙ୍ଗ ଠାରୁ ଅସ୍ତ୍ରଶସ୍ତ୍ର କିଣୁଥିଲା । ପରେ ସେଗୁଟିକୁ ଦିଲ୍ଲୀ ଏବଂ ୟୁପିରେ ବିଭିନ୍ନ ଅପରାଧିକ ଗ୍ୟାଙ୍ଗକୁ ବିକ୍ରି କରୁଥିଲା । ଏପରିକି ରାହୁଲ ସିଂହର ବିଦେଶ ଲିଙ୍କ ମଧ୍ୟ ରହିଥିବା ନେଇ ଜାଣିବାକୁ ପାଇଛି ପୋଲିସ । ରାହୁଲ ସିଂହ ଫରେନ୍‌ ଫଣ୍ଡିଂ ଜରିଆରେ ମୋଟା ଅଙ୍କର ଟଙ୍କା ମଧ୍ୟ ଆଣିଥିବା ଜାଣିବାକୁ ପାଇଛି ସ୍ପେଶାଲ ସ୍କ୍ବାଡ୍‌ । ୨ ଜଣଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.