Jai Odisha
News

ଗଲୱାନ୍ ସଂଘର୍ଷ ସମୟରେ ନଦୀରେ ଭାସିଗଲେ ୩୮ ଚୀନ ସୈନିକ:ଅଷ୍ଟ୍ରେଲିଆ ଗଣମାଧ୍ୟମ

ବେଜିଂ ୦୩/୦୨: ୨୦୨୦ ଜୁନ୍ ରେ, ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩୮ ଜଣ ଚୀନ୍ ସୈନିକ ନିହତ ହୋଇଥିଲେ । ଅଷ୍ଟ୍ରେଲୀୟ ଖବରକାଗଜ ‘ଦ କ୍ଲାକ୍ସନ୍’ରେ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟରୁ ଏହା ଜଣା ପଡିଛି ।ପୂର୍ବ ଲଦ୍ଦାଖର ଗଲୱାନ ଘାଟୀରେ ୨୦୨୦ ଜୁନ ମାସରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏହି ହିଂସାରେ କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । କିନ୍ତୁ ଚୀନ ଉପରେ ସଂଘର୍ଷ ପରେ ନିଜର ସୈନିକଙ୍କ ମୃତ୍ୟୁ ଲୁଚାଇବା ଅଭିଯୋଗ ହୋଇଆସୁଛି । ଏବେ ଏହି ମାମଲାର ବଡ଼ ଖୁଲାସା ହୋଇଛି । ହିଂସା ସମୟରେ ଚୀନର ୩୮ ଜଣ ସୈନିକ ନଦୀରେ ପ୍ରବାହିତ ହୋଇଯାଇଥିଲେ । ଅଷ୍ଟ୍ରେଲିଆର ଗଣମାଧ୍ୟମ ଏହି ଦାବି କରିଛି । କିନ୍ତୁ ଚୀନ କହିଥିଲା ଯେ, ଗଲୱାନ ହିଂସାରେ ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଅଷ୍ଟ୍ରେଲିଆର ନ୍ୟୁଜ ପେପର ‘ଦ କ୍ଲାକ୍ସନ’ରେ ଏକ ରିପୋର୍ଟ ଛାପି ହୋଇଛି। ଗଲଓ୍ବାନ ‘ଡିକୋଡେଡ୍’ ନାମରେ ଚଡା ହୋଇଥିବା ଏହି ରିପୋର୍ଟକୁ ଇଣ୍ଡିପେଣ୍ଡେଣ୍ଟ ସୋସିଆଲ ମିଡି ରିସର୍ଚ୍ଚସ ଟିମ୍ ପ୍ରସ୍ତୁତ କରିଛି। ଏଥିରେ କୁହାଯାଇଛି ଯେ, ସଂଘର୍ଷ ବେଳେ ଚୀନ୍‌ର ପିପୁଲସ୍ ଲିବରେସନ୍ ଆର୍ମି(ପିଏଲଏ)ର ଯବାନ ଗଲଓ୍ବାନ ନଦୀରେ ବୋହି ଯାଇଥିଲା। ଅଷ୍ଟ୍ରେଲିଆ ଗଣମାଧ୍ୟମ ଏରି ରିପୋର୍ଟରେ ପୁଣିଥରେ ଚୀନ୍‌ର ମିଛକୁ ଦୁନିଆ ଆଗରେ ଆଣିଛି।

Leave A Reply

Your email address will not be published.