Jai Odisha
News

ଗାଇସିଲେଟ ଥାନା ଆଇଆଇସିଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼,୨୨ା୫: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳୁ ଭିଜିଲାନ୍ସ ପକ୍ଷରୁ ବରଗଡ଼ ଜିଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କ ବାସଭବନରେ ଚଢ଼ାଉ କରାଯାଇଛି  । ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି | ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସର ୪ଟି ଟିମ ଆଜି ଚଢ଼ାଉ କରିଛନ୍ତି |ଭିଜିଲାନ୍ସ ଟିମ ଆଜି ଭୋର ପ୍ରାୟ ୩ଟାରୁ ଗାଇସିଲଟ ଥାନା, ଗାଇସିଲଟରେ ଥିବା ଘର, ସମ୍ବଲପୁରରେ ଥିବା ଘର ଓ ଅତାବିରା ଟାଙ୍ଗରପାଲିରେ ଥିବା ଘରେ ଚଢ଼ାଉ କରାଯାଇଛି | ସମ୍ବଲପୁର, ବରଗଡ଼ ଓ ସୋନପୁରର ଭିଜିଲାନ୍ସ ଟିମ ଏହି ଚଢ଼ାଉ କରିଛନ୍ତି |ଭଗତଙ୍କ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନୁଗୁଳିଆପଡ଼ା ବାସଭବନ ଗାଇସିଲେଟ ଥାନା ସରକାରୀ କ୍ବାର୍ଟର୍ସ, ଗାଇସିଲେଟ ଥାନା ଅଫିସ ଚ୍ୟାମ୍ବର, ସମ୍ବଲପୁର ଜିଲା ସଦର ଥାନା କବରାପାଲିସ୍ଥିତ ଫାର୍ମ ହାଉସରେ ଏକକାଳୀନ ଚଢ଼ାଉ ଚାଲିଛି। ୨ଡିଏସ୍‌ପି, ୭ଇନ୍ସପେକ୍ଟର, ୨ଏଏସ୍‌ଆଇ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି। ଚଢ଼ାଉ ଜାରି ରହିଥିବାରୁ ଭଗତଙ୍କ ସମ୍ପତ୍ତି ଆକଳନ ହୋଇନାହିଁ।

Leave A Reply

Your email address will not be published.