Jai Odisha
News

ଗାଡି ଦୁର୍ଘଟଣାକୁ ନେଇ ବଚସା : ଦୁଇ ଗିରଫ

ଦୁଇ ଜଣକୁ ଗିରଫ କଲା ଏୟାରଫିଲଡ ପୋଲିସ

ଭୁବନେଶ୍ୱର : ସାମାନ୍ୟ ଗାଡି ଦୁର୍ଘଟଣାକୁ ନେଇ ହଣାକଟା ଘଟଣା. ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ. ଗିରଫ ଅଭିଯୁକ୍ତ ମାନେ ହେଲେ ରାଜା ବେହେରା ଏବଂ ସୋମନାଥ. ସୂଚନା ଅନୁସାରେ, ଗତ 16 ତାରିଖରେ ଜଗନ ସାହୁଙ୍କୁ ସୁନ୍ଦରପଦା ବରଗଛ ନିକଟରେ ଅଟକାଇ ମରଣାନ୍ତକ ଆକ୍ରମଣ କରି ତାଙ୍କୁ ଆହତ କରିଥିଲେ. ଏହି ଆକ୍ରମଣରେ ଜଗନଙ୍କର ଗୋଟେ ଆଙ୍ଗୁଳି କଟି ଯାଇଥିଲା ଏବଂ ପରବର୍ତୀ ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ଡାକ୍ତରଖାନାରେ ଚିକିତ୍ସା ପରେ ଜଗନ ଥାନାରେ ଅଭିଯୋଗ କରିଥିଲେ. ଜଗନଙ୍କ ଅଭିଯୋଗ ଅନୁସାରେ ଦୁଇ ଜଣଙ୍କୁ ଗିରଫ କରିଛି ଏୟାରଫିଲଡ଼ ଥାନା ପୋଲିସ. ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା ସହ ଗୋଟିଏ ସ୍ପିଡ଼ ବାଇକ ଜବତ କରିଛି ପୋଲିସ.

 

Leave A Reply

Your email address will not be published.