Jai Odisha
News

ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ୩ ଶିଶୁପୁତ୍ର

ରାଜନଗର ,୨୩।୧୨: :କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ରାଜନଗର ବ୍ଲକ ସାତଭାୟ ଗାଁର ୩ଜଣ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଦିନ ପ୍ରାୟ ଗୋଟାଏବେଳେ ଗାଁର କିଛି ପିଲା ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।ପୋଖରୀରେ ଗାଧୋଇବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଲେ ତିନି ଶିଶୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜନଗର ସାତଭାୟା ଗାଁରେ । ଦିନ ଗୋଟାଏ ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଏଭଳି ଏକ ଦୁଃଖଦ ଘଟଣା ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ତିନି ଶିଶୁ ଗାଧୋଉଥିବା ସମୟରେ ବୁଡ଼ିଯାଉଥିବା ଦେଖି ଦୂରରେ ଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରିଥିଲେ।ତିନି ଶିଶୁଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ରାଜନଗର ମେଡିକାଲକୁ ରେଫର କରିଥିଲେ । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ବର୍ତ୍ତମାନ ସମ୍ପୁର୍ଣ୍ଣ ରାଜନଗର ବ୍ଲକ୍‌ରେ ଶୋକର ପରିବେଶ ଦେଖିବାକୁ ମିଳିଛି। ମୃତକ ଶିଶୁଙ୍କ ବୟସ ୧୦ରୁ ୧୧ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି । ବର୍ତ୍ତମାନ ଡାକ୍ତରଖାନା ପରିସରରେ ମୃତ ପରିବାର ଲୋକଙ୍କ କନ୍ଦାକଟାରେ ଫାଟି ପଡୁଛି । ତେବେ ଏକକାଳିନ ତିନି ଜଣ ଶିଶୁ କିପରି ବୁଡ଼ିଗଲେ ସେ ନେଇ କୌଣସି ସବିଶେଷ ସୂଚନା ମିଳିନାହିଁ।

Leave A Reply

Your email address will not be published.