Jai Odisha
News

ଗିର୍ଲା ଗ୍ରାମରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଚାଷୀଙ୍କୁ ଅଣଦେଖା

ନବରଙ୍ଗପୁର ,୨୪।୪ :ଡାବୁଗାଁ ବ୍ଲକ ଜୁନାପାଣି ଗ୍ରାମପଞ୍ଚାୟତ ଗିର୍ଲା ଗ୍ରାମରେ ଅକ୍ଷୟ ତୃତିୟା କୃଷକ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ଚାଷୀଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରା ଯାଇଛି ।ଆଜିର ଏହି କାର୍ଯ୍ୟକ୍ରମାରେ ଡାବୁଗାଁ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ କେବଳ ରାଜ ନେତା ଏବଂ ବ୍ଲକର ସରକାରୀ କର୍ମଚାରୀଙ୍କୁ ନେଇ ଅକ୍ଷୟ ତୃତୀୟା ବା କୃଷକ ଦିବସ ପାଳନ କଲେ। ଆଜି ଭଳି ଦିନରେ ଚାଷୀ ମାନଙ୍କୁ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ ।ଡାବୁଗାଁ ବ୍ଲକରେ ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ସୁଚନା ଦେବାତ ଦୂରର କଥା ଏଠାରେ ସମସ୍ତ କାର୍ଯ୍ୟ କେବଳ କାଗଜ ପତ୍ରରେ ଚାଲିଛି ସୂଚନାଯୋଗ୍ୟ’- ଆଜି ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ କୃଷକ ସୁଚନା ଓ ପରାମର୍ଶ କେନ୍ଦ୍ର ଅଧକ୍ଷ ଏମ୍ ବୁଲୁ ରାଓ ଯୋଗ ଦେଇ ପୁଜାକାର୍ଜ୍ୟ ସମାପନ କରି ଅଖିମୁଠି ଜମିରେ ବୁଣିଥିଲେ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କୃଷକ ସୁଚନା ଓ ପରାମର୍ଶ କେନ୍ଦ୍ର ଅଧକ୍ଷ ଶ୍ରୀ ରାଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଏମ୍ ଆପ୍ପା ରାଓ, ସମ୍ମାନୀତ ଅତିଥି ଭାବେ ଡାବୁଗାଁ ତହସିଲଦାର କୃଷ୍ନ ଚନ୍ଦ୍ର ଦାସ, ସୁରେନ୍ଦ୍ର କୁମାର ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ୍ ଜୋନ-୧ ଧନସିଂ ଭତ୍ରା, ଜୋନ୍-୨ ଗୁପ୍ତ ବିଷୋୟୀ,ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା,ଜୁନାପାଣି ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଚନ୍ଦ୍ରକଳା ଭତ୍ରା,ପ୍ରମ୍ମୁଖ ।କଣସି ଚାଷୀ କିମ୍ବା କୃଷକ ସଂଘକୁ ଆଜିର କାର୍ଯ୍ୟକର୍ମାର କଣସି ସୂଚନାନଥିଲା ଆଜିର କାର୍ଯ୍ୟକ୍ରମରେ କେବଳ ନେତା ଏବଂ ସରକାରୀ କର୍ମଚାରୀଙ୍କୁ ଡକା ଯାଇଥିଲା ।ସରକାରୀ ସ୍ତରରେ ଆଜି କିନ୍ତୁ ସବୁ ଠିକଠାକ ହଇଜିଛି।

Leave A Reply

Your email address will not be published.