Jai Odisha
News

ଗୀତ ଗାଇ ଏକଲା ନିର୍ବାଚନ ପ୍ରଚାର ଚଳାଇଛନ୍ତି ବଟକୃଷ୍ଣ

ରାଜକନିକା,୬/୨: ଧଳା ସାର୍ଟ ସାଙ୍ଗକୁ ବେକରେ ଧଳା ଗାମୁଛା । ହାତରେ ନିଜ ଚିହ୍ନର କାଗଜ । ଘରକୁ ଘର, ବଜାର ରାସ୍ତାଘାଟରେ ଲୋକପ୍ରିୟ ସଙ୍ଗୀତର ସ୍ୱରରେ ନିଜ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବାକୁ ଗୀତ ଗାଇ ଗାଇ ଭୋଟ ଭିକ୍ଷା କରୁଛନ୍ତି ବଟକୃଷ୍ଣ ସେଠୀ । ସାଙ୍ଗରେ କେହି ସମର୍ଥକ ନାହାଁନ୍ତି, ହେଲେ ଏକଲା ପ୍ରଚାର ଚଳାଇଛନ୍ତି ସେ । ବଟକୃଷ୍ଟଙ୍କ ଏଭଳି ନିଆରା ପ୍ରଚାର ଭୋଟରଙ୍କୁ ବେଶ୍ ଆକୃଷ୍ଟ କରୁଛି । ରାଜକନିକା ବ୍ଲକ୍ ଗଂଜା ଗ୍ରାମରେ ବଟକୃଷ୍ଣଙ୍କ ଘର । ପେଶାରେ ଜଣେ ସାଇକେଲ ମିସ୍ତ୍ରୀ । ଏହା ସହିତ ପରିବା ଦୋକାନ କରି ଗୁଜୁରାଣ ମେଣ୍ଟାଉ ଥିିଲେ । ହେଲେ ଗତ ପଂଚାୟତ ନିର୍ବାଚନରେ ସେ ଜାଗୁଳାଇପଡ଼ା ଗ୍ରାମ ପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସମିତି ସଭ୍ୟ ହେବା ପର ଠାରୁ ସେ ନାଁ ସାଇକଲ ମିସ୍ତ୍ରୀ ଭାବେ କାମ କରୁଛନ୍ତି ନାଁ ଆଗ ଭଳି ପରିବା ବିକ୍ରି କରୁଛନ୍ତି । ସେସବୁ ଏବେ ବନ୍ଦ । ଲୋକମାନଙ୍କ ସେବା କରିବା ହେଉଛି ମୋର ମୂଳ ଲକ୍ଷ୍ୟ ବୋଲି ଗୀତ ଗାଇ ଗାଇ କହନ୍ତି ବଟକୃଷ୍ଣ । ଗୀତ ବୋଲି ବୋଲି ବଟକୃଷ୍ଣଙ୍କ ନିଆରା ପ୍ରଚାର ଜାଗୁଳାଇପଡ଼ା ପଂଚାୟତବାସୀଙ୍କ ମନକୁ ଛୁଇୁଁଛି । ପୁଣି ଥରେ ସମତି ସଭ୍ୟ ଭାବେ ନିର୍ବାଚିତ ହେବା ନେଇ ଆଶା ବାନ୍ଧିଛନ୍ତି ବଟକୃଷ୍ଣ ।

Leave A Reply

Your email address will not be published.