Jai Odisha
News

ଗୁଜରାଟର ମୋରବିରେ ଭାଙ୍ଗିଗଲା କେବୁଲ୍ ବ୍ରିଜ

ଅହମଦାବାଦ, ୩୦/୧୦ : ଗୁଜୁରାଟ ମୋରବୀରେ ରବିବାର ସନ୍ଧ୍ୟାରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା ।     ମଚ୍ଛୁ ନଦୀରେ ନିର୍ମିତ କେବଲ ବ୍ରିଜ ଅଚାନକ ଭାଙ୍ଗି ଯିବାରୁ ଅନେକ ଲୋକ ନଦୀକୁ ଖସି ପଡିଛନ୍ତି। ଲୋକଙ୍କୁ ନଦୀରୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହାର ସୂଚନା ମିଳି ପାରିନାହିଁ ଯେ, ପୋଲ୍ ଭାଙ୍ଗିବାରୁ ନଦୀରେ କେତେ ଜଣ ଲୋକ ଖସିଛନ୍ତି। କିନ୍ତୁ କୁହାଯାଉଛି ଯେ, ଦୁର୍ଘଟଣା ସମୟରେ ବଡ ସଂଖ୍ୟାରେ ଲୋକ ପୋଲରେ ଥିଲେ। ପୋଲିସ ଏବଂ ପ୍ରଶାସନ ସହିତ ସ୍ଥାନୀୟ ଲୋକ ବି ଉଦ୍ଧାର କାର୍ଯ୍ୟରେ ଜୁଟିଛନ୍ତି।

Leave A Reply

Your email address will not be published.