Jai Odisha
News

ଗୁଜରାଟ ମୋର୍ବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ,ହସ୍ପିଟାଲରେ ଆହତଙ୍କୁ ଭେଟି କଥାହେଲେ

ମୋରବୀ ,୦୧/ ୧୧: ଗୁଜରାଟର ମୋରବୀରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା  । ଗୁଜୁରାଟର ମୋରବୀ ଜିଲ୍ଲାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝୁଲାପୋଲ ଛିଡିବା ଘଟଣାର ସ୍ତିତି ଅନୁଧ୍ୟାନ କରିବା ପାଇଁ ମୋଦି ସେଠାରେ ପହଞ୍ଚିଛନ୍ତି । ଆକାଶମାର୍ଗରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ହସ୍ପିଟାଲରେ ପହଞ୍ଚି ସେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଭେଟିଛନ୍ତି । ଏହାବ୍ୟତୀତ ଉଦ୍ଧାରକାରୀ ଦଳକୁ ଭେଟି ମୋଦି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।୧୪୧ ଜଣଙ୍କ ଜୀବନ ନେଇଥିବା ମାଚ୍ଛୁ ବ୍ରିଜ୍‌ ତ ଭୁଶୁଡି ପଡିଛି କିନ୍ତୁ ଛାଡିଯାଇଛି ରବିବାର କାଳ ସନ୍ଧ୍ୟାର ସେହି ଲୋମହର୍ଷଣକାରୀ ମୂହୁର୍ତ୍ତର ଛାପ । ମଙ୍ଗଳବାର ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଲ ଭୁଶୁଡିଥିବା ସ୍ଥାନକୁ ନେଇ ବୁଲି ଦେଖିବା ସହିତ ତଦାରଖ କରିଛନ୍ତି ପିଏମ୍‌ । ମୋଦିଙ୍କ ସହିତ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଛନ୍ତି । ତେବେ ମାଚ୍ଛୁ ନଦୀରେ ଏବେ ବି କିଛି ବ୍ୟକ୍ତିଙ୍କ ପତ୍ତା ମିଳୁନଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି । ବ୍ରିଜ୍‌ ଭୁଶୁଡିଥିବା ଅଞ୍ଚଳ ପରିଦର୍ଶନ କରିବା ସହିତ ଆହତମାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆହତ ମାନଙ୍କ ସହିତ କଥା ହୋଇଛନ୍ତି । ଏହା ସହିତ ରେସ୍କ୍ୟୁ ଅପରେସନରେ ସାମିଲ ଥିବା ଅଗ୍ନିଶମ କର୍ମଚାରୀ, ସେନା ଏବଂ ପୋଲିସ ସହିତ ମଧ୍ୟ ଆଲୋଚନା କରିଛନ୍ତି ପିଏମ୍‌ ମୋଦି ।

Leave A Reply

Your email address will not be published.