Jai Odisha
News

ଗୁଜୁରାଟ ପ୍ରଶ୍ନପତ୍ର ଲିକ ଘଟଣାରେ ମାଲକାନଗିରି ଶିକ୍ଷକ ଗିରଫ

ଭୁବନେଶ୍ୱର,୩୧ା୧:  ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡର କନିଷ୍ଠ କିରାଣି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମାଲକାନଗିରି ଶିକ୍ଷକ ଗିରଫ । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିଲେ । ତେଣୁ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଏହି ମାମଲାରେ ଗିରଫ କରିଛି ।ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକ ସରୋଜ ମଲ୍ଲୁ ପ୍ରଶ୍ନପତ୍ର ଲେଖି ଗୁଜରାଟ ପଠାଇଥିଲେ । ତେଣୁ ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗୁଜୁରାଟର ଏକ ଟିମ୍ ମାଲକାନଗିରି ପୋଲିସ ସହାୟତାରେ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗୁଜରାଟ ପଞ୍ଚାୟତିରାଜ ବିଭାଗରେ ୧୧୮୧ଟି କନିଷ୍ଠ କିରାଣି ପଦବି ପୂରଣ ନିମନ୍ତେ ଗତ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟର ୯ଲକ୍ଷ ୫୩ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ଆବେଦନ କରିଥିଲେ। ୨୯୯୫ଟି ସେଣ୍ଟରରେ ପରୀକ୍ଷା ନିମନ୍ତେ ତାରିଖ ଧାର୍ଯ୍ୟ ହୋଇସାରିଥିବା ବେଳେ ଏହା ପୂର୍ବରୁ ହିଁ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଥିଲା। ଏପରିକି ଲିକ୍‌ ହୋଇଥିବା ପ୍ରଶ୍ନ ଗୁଡ଼ିକର ସମସ୍ତ ଉତ୍ତର ମଧ୍ୟ ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଯାଇଥିଲା। ଯାହାକୁ କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ଶିକ୍ଷକ ସରୋଜ ମାଲୁ ପ୍ରସ୍ତୁତ କରି ଗୁଜରାଟ ପଠାଇଥିଲେ ବୋଲି ଜଣାପଡ଼ିଛି। ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା। ଗୁଜରାଟ ପୁଲିସ ତଦନ୍ତ ଆରମ୍ଭ କରି ମୋଟ ୧୫ଜଣଙ୍କୁ ଗିରଫ କରିବା ପରେ ମାଲକାନଗିରିରୁ ଉତ୍ତର ଆସିଥିବା ଜାଣିବାକୁ ପାଇଥିଲା। ତେଣୁ ଗୁଜରାଟ ପୁଲିସର ଗୋଟିଏ ଟିମ୍‌ ମାଲକାନଗିରି ଆସି ସରୋଜଙ୍କୁ ଗିରଫ କରିଛି। ତାଙ୍କୁ ଗୁଜରାଟ ନେଇ ଅଧିକ ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.