Jai Odisha
News

ଗୋବିନ୍ଦ ସାହୁ ମାମଲା: ମାଜିଷ୍ଟ୍ରେଟ୍ କରିବେ ତଦନ୍ତ

ଭୁବନେଶ୍ୱର,୨୫ା୧୨:ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ଆଜକୁ ୫ ଦିନ ବିତି ସାରିଲାଣି । କିନ୍ତୁ ଆଜିବି ତାର ଆତ୍ମହତ୍ୟାର ରହସ୍ୟ ଉପରୁ ପରଦା ଉଠି ପାରିଲା ନାହିଁ । କ୍ରାଇମବ୍ରଞ୍ଚ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ କ୍ରାଇମବ୍ରାଞ୍ଚ ଟିମକୁ ମିଳିପାରି ନାହିଁ । ଅମ୍ୟପକ୍ଷେ ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ନେଇ ରାଜ୍ୟରାଜନିତି ସରଗରମ ହୋଇଛି । ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିବା ସହ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ତେବେ ଏହାରି ମଧ୍ୟରେ ଗୋବିନ୍ଦ ସାହୁ ହତ୍ୟା ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁର ତଦନ୍ତ କରିବେ ମାଜିଷ୍ଟ୍ରେଟ୍ । ଏନେଇ ବିଚାର ବିଭାଗୀୟ ଦ୍ୱାରା ନିର୍ଦ୍ଦେଶ ଜାରି ହୋଇଛି । ତେବେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ସମସ୍ତ ବ୍ୟବସ୍ଥା ପାଇଁ ଜେଲ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ଏତତ୍ ବ୍ୟତୀତ NHRCଙ୍କ ଗାଇଡଲାଇନ ଅନୁଯାୟୀ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରି ରିପୋର୍ଟ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହତି ଇନସୁଏଷ୍ଟ, ପୋଷ୍ଟମର୍ଟଟ, ଭିସେରା ଆଦିର ରିପୋର୍ଟ ପଠାଇବାକୁ ମାଜିଷ୍ଟ୍ରେଟ୍ କହିଛନ୍ତି ।

 

Leave A Reply

Your email address will not be published.