Jai Odisha
News

ଗ୍ରିଲ ତାଡି ଲକ୍ଷାଧିକ ଲୁଟିନେଲେ ଦୁର୍ବୁତ୍ତ

ଅଳଙ୍କାର ଦୋକାନରୁ ଲକ୍ଷାଧିକ ଲୁଟ

ଭଦ୍ରକ : ଦୋକାନର ଆଗ ପଟ ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ କ୍ୟାସ ଲୁଟିଲେ ଦୁର୍ବୃତ. ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ମଞ୍ଜୁରୀ ରୋଡ଼ ବଜାର ସ୍ଥିତ ଏକ ଅଳଙ୍କାର ଦୋକାନରେ. ସୂଚନା ଅନୁସାରେ, ଲୁଟ କରିବାର ଦୁର୍ବୁତ୍ତ ମାନଙ୍କର ନୂଆ ତାରିକା ମଞ୍ଜୁରୀ ରୋଡ଼ ବଜାରରେ ଥିବା ଅଲେଖ ଜୁଏଲର୍ସ ସୁନା ଦୋକାନର ଆଗ ପଟ ପାଲ ଦେଇ ଗ୍ରିଲ ତାଡି ଲକ୍ଷାଧିକ ଟଙ୍କାର ସୁନା ଗହନା ସହ କିଛି ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ. ସୁନା ଦୋକାନ ପକ୍ଷରୁ ଏକ ଲିଖିତ ଅଭିଯୋଗ ହେବା ପରେ ମଞ୍ଜୁରୀ ରୋଡ଼ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଭଣ୍ଡାରିପୋଖରୀ ମଞ୍ଜୁରୀ ରୋଡ଼ ଅଞ୍ଚଳର ଗତ କିଛି ଦିନ ହେବ ଚୋରି ବଢ଼ି ଚାଲିଥିବା ବେଳେ ପୁଣି ଏକ ଚୋରିକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି।

Leave A Reply

Your email address will not be published.