Jai Odisha
News

ଗ୍ୟାସ ଟାଙ୍କି ଫାଟି ଜଣେ ଆହତ ଓ ଜଣେ ଗୁରୁତର

ସୋନପୁର ୧୪।୨:   ସୋନପୁର ଜିଲ୍ଲା ତରଭା ଥାନା ତୁଲୁଣ୍ଡା ଗ୍ରାମପଞ୍ଚାୟତର ନର୍ଡା ଗାଁରେ ଗ୍ୟାସ୍ ଟାଙ୍କି ଫାଟି ଜଣେ ଆହତ ଓ ଜଣେ ଗୁରୁତର। ନର୍ଡା ଗାଁର କୈଳାସ ରଣାଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ଫାଟି ଯିବାରୁ କୈଳାସଙ୍କ ସ୍ତ୍ରୀ କିଶୋରୀ ରଣା ଆହତ ହୋଇଥିବା ବେଳେ କୈଳାସ ଗୁରୁତର ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରାଯାଇ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । କିଶୋରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ କୈଳାଶ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏହି ଅଘଟଣାରେ ଦୁଇ ବଖରା ଛାତ ଘର ଏବଂ ୩ ବଖରା ଛପର ଘର ଧୂଳିସାତ ହୋଇଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.