Jai Odisha
News

ଘଣ୍ଟାପ୍ରତି ୯ କି.ମି ବେଗରେ ଗତି କରୁଛି ବାତ୍ୟା ‘ମୋକା’

ଭୁବନେଶ୍ୱର,୧୨।୫: ଗତ ୬ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ବାତ୍ୟା ‘ମୋକା’ ଦକ୍ଷିଣପୂର୍ବ ଏବଂ ତତ୍‌ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘଣ୍ଟାପ୍ରତି ୯ କିଲୋମିଟର୍‌ ବେ‌ଗରେ ଉତ୍ତର ଆଡ଼କୁ ଗତିକରିବା ପରେ ଆହୁରି ଘନୀଭୂତ ହୋଇ ‘ଅତି ଉଗ୍ର ସାମୁଦ୍ରିକ’ ବାତ୍ୟାରେ ପାଲଟି ଆଜି ସକାଳ ୫.୩୦ ସୁଦ୍ଧା କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏହି ସାମୁଦ୍ରିକ ବାତ୍ୟାର ନାମକରଣ କରିଛି ୟେମେନ୍‌। ୟେମେନ୍‌ର ଲୋହିତ ସାଗର ଉପକୂଳରେ ଅବସ୍ଥିତ ତଥା କଫି ବ୍ୟବସାୟ ନିମନ୍ତେ ପ୍ରସିଦ୍ଧ ବନ୍ଦର ନଗରୀ ‘ମୋକ୍‌ହା’ର ନାମାନୁସାରେ ଏହି ବାତ୍ୟାର ନାମକରଣ କରାଯାଇଛି। ଏହି ଆରବୀୟ ଶବ୍ଦକୁ ଭା‌ଷାନ୍ତରେ ଭିନ୍ନ ଭିନ୍ନ ଉଚ୍ଚାରଣ କରାଯାଉଛି। ସେ ସବୁ ହେଉଛି, ମୋକ୍‌ହା, ମୁକ୍‌ହା ଅଥବା ମୋକା। କିନ୍ତୁ, ସମସ୍ତ ଉଚ୍ଚାରଣରେ ‘କ’ ଅକ୍ଷର ଉପରେ ଅଧିକ ଜୋର୍‌ ଦିଆଯାଇଥାଏ।ଦକ୍ଷିଣପୂର୍ବ ତତ୍ ସଂଲଗ୍ନ କେନ୍ଦ୍ରୀୟ ବୋଙ୍ଗୋପସାଗର ଅଞ୍ଚଳରେ ଅତି ଭିଷଣ ବାତ୍ୟାରେ ପରିଣତ ହେଲା ମୋକା । ଏହା ଆଜି ସକାଳ 5.30 ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ 6 ଘଣ୍ଟାରେ ଘଣ୍ଟାପ୍ରତି ବେଗ 9 କିମି ହାରରେ ଉତ୍ତର ଆଡକୁ ଗତି କରୁଛି । ତଥା 13.2 ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ 88.1 ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟାର ଠାରୁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ 520 କିମି , ବାଙ୍ଗଲାଦେଶର କକ୍ସ ବଜାର ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ 1010 କିମି, ଏବଂ ମିଆଁମାରର ସ୍ୱଇଟେ ଠାରୁ ସମାନ ଦିଗରେ 930 କିମି ଦୂରରେ ସକ୍ରିୟ ରହିଛି l

 

Leave A Reply

Your email address will not be published.