Jai Odisha
News

ଘନ କୁହୁଡ଼ି: ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର,୧୦।୨:   ଆଜି ଟ୍ୱିନସିଟିରେ ଘନ କୁହୁଡ଼ି ଆସ୍ତରଣ ଦେଖାଦେଇଛି । କଟକ ଏବଂ ଭୁବନେଶ୍ୱରରେ ଆଜି ପ୍ରବଳ ମାତ୍ରାରେ କୁହୁଡ଼ି ବର୍ଷା ଲାଗିରହିଛି । ଟ୍ୱିନସିଟି ସମେତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି । ରାଜ୍ୟର ଅଧିକାଂଶ ସ୍ଥାନରୁ ଶୀତ ଉଭେଇଯିବ। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳ‌ରେ ରାତି ତାପମାତ୍ରାରେ ବୃଦ୍ଧି ଦେଖାଯିବ। ପାରଦ ୧୯ ଡିଗ୍ରିକୁ ଛୁଇଁବ। ଏହାସହ ୬ଟି ଜିଲ୍ଲା ଯଥା ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖାଯିବ। ଏଣୁ ଏହି ୬ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।  ଘନ କୁହୁଡ଼ି ନେଇ ରାଜରାସ୍ତାରେ ଗାଡ଼ି ଚଳାଚଳ ସମସ୍ୟା ଦେଖାଦେଇଛି ।ରାଜ୍ୟରେ ଟ୍ୱିନସିଟି ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁରରେ କୁହୁଡ଼ି ଆସ୍ତରଣ ଦେଖାଦେଇଛି । ଅନ୍ୟପଟେ ବାୟୁମଣ୍ଡଳର ଅଧିକ ଧୂଳିକଣା ଓ ଆର୍ଦ୍ରତା ପାଇଁ କୁହୁଡ଼ି ସୃଷ୍ଟି ହେଉଛି । କିଛିଦିନ ତଳେ ଏହି ଘନ କୁହୁଡ଼ି ପାଇଁ ଓଡ଼ିଶାର ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା ।

Leave A Reply

Your email address will not be published.