Jai Odisha
News

ଘରୁ ‘ଏକେ-୪୭’ ରାଇଫଲ୍‌ ଉଦ୍ଧାର,ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଗିରଫ

ନୂଆଦିଲ୍ଲୀ, ୨୫|୦୮: ଝାଡଖଣ୍ଡରେ ବେଆଇନ ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରେମପ୍ରକାଶଙ୍କୁ ଗିରଫ କରିଛି । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଥିବା ପ୍ରେମ୍‌ ପ୍ରକାଶଙ୍କୁ ବୁଧବାର ରାତିରେ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି।ଇଡି ମନିଲଣ୍ଡରି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହାପୂର୍ବରୁ ବୁଧବାର ତାଙ୍କ ଘରେ ରେଡ୍ ହୋଇଥିଲା । ଯେଉଁଥିରେ ଦୁଇଟି ଏକେ-୪୭ ରାଇଫଲ୍ ଜବତ କରାଯାଇଥିଲା । ୧୦୦ କୋଟି ଟଙ୍କାର ବେଆଇନ ଖଣି ଖୋଦନ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟର ଗୁଇନ୍ଦାମାନେ ତାଙ୍କ ଘରେ ତଲାସ ଅଭିଯାନ ଚଳାଇଥିବା ବେଳେ ୨ଟି ‘ଏକେ-୪୭’ ରାଇଫଲ୍‌ ଓ ୬୦ଟି ଗୁଳି ପାଇଥିଲେ। ସେଥିପାଇଁ ସ‌େ ଦୁଇ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି ବ‌ୋଲି ରାଞ୍ଚି ପୁଲିସ ବିବୃତି ଦେଇଛି। ‘ମନି ଲଣ୍ଡରିଙ୍ଗ୍‌ ଆଇନ୍‌’ ଅନୁଯାୟୀ ତାଙ୍କୁ ରାଞ୍ଚିରୁ ଗିରଫ କରାଯାଇଛି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ଅବୈଧ ଖନନ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାର ତଦନ୍ତରେ ବୁଧବାର ୧୭ଟି ଠିକଣା ଉପରେ ଚଢଉ କରିଥିଲା। ଏହି ସବୁ ଚଢ଼ଉ ପ୍ରେମ ପ୍ରକାଶଙ୍କ ବିଭିନ୍ନ ଠିକଣା ଉପରେ ଚାଲିଥିବା ବେଳେ ଇଡିକୁ ୨ଟି ଏକେ-୪୭ ରାଇଫଲ ମିଳିଥିଲା। ପ୍ରେମପ୍ରକାଶ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଅନ୍ୟତମ। ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ର ଓ ବଚ୍ଚୁ ଯାଦବଙ୍କୁ ପଚରା ଉଚରା ପରେ ଇଡି ଏହି ଚଢ଼ଉ କରିଥିବା ବେଳେ ଏକେ-୪୭ ମିଳିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

Leave A Reply

Your email address will not be published.